ଘରେ ମନି-ପ୍ଲାଣ୍ଟ ଅଛି କି ? ଜାଣନ୍ତୁ କେଉଁ ଦିଗରେ ରଖିଲେ ଶୁଭଫଳ ମିଳେ

0

ବାସ୍ତୁଶାସ୍ତ୍ରର ନିୟମ ଅନୁସାରେ ପ୍ରତ୍ୟେକ ଚାରାରୋପଣ ନିମନ୍ତେ ନିର୍ଦ୍ଦିଷ୍ଟ ଦିଗ ରହିଛି। ଏହି ନିୟମ ମାନିଲେ ଘରେ ସୁଖ-ସମୃଦ୍ଧି ବୃଦ୍ଧି ହେଉଥିବାର ମତ ।

ଉଜ୍ଜୈନର ଜ୍ୟୋତିଷାଚାର୍ୟ୍ୟ ପ୍ରଫୁଲ୍ଲ ଭଟ୍ଟ ଏ ବାବଦରେ ଜନସାଧାରଣଙ୍କୁ ଉପଦେଶ ଦେଇଛନ୍ତି। ମନି-ପ୍ଲାଣ୍ଟ ଗଛକୁ ଉଚିତ୍ ଦିଗରେ ଲଗାଇଲେ ଘରର ପ୍ରତ୍ୟେକ ସଦସ୍ୟଙ୍କ ଉପରେ ଉତ୍ତମ ପ୍ରଭାବ ପଡ଼େ।

ଉତ୍ତର-ପୂର୍ବ ଦିଗରେ କେବେହେଲେ ଏହି ଗଛ ଲଗାଇବେ ନାହିଁ। ନଚେତ୍ ଅଯଥାରେ ହିଁ ଅର୍ଥହାନି ସମସ୍ୟା ଉପୁଜିବ।

ଏହି ଗଛକୁ କାନ୍ଥରେ କିମ୍ବା କୁଣ୍ଡରେ ଲଗାଇବା ଉଚିତ। ସିଧାସଳଖ ମାଟି ଉପରେ ଏହାକୁ ଲଗାଇଲେ ମଧ୍ୟ କୁପ୍ରଭାବ ପଡ଼େ।

ମନି-ପ୍ଲାଣ୍ଟ ଗଛ ଯେପରି ଝାଉଁଳି ନଯାଏ ସେଥିପ୍ରତି ମଧ୍ୟ ସଚେତନ ରହିବା ଆବଶ୍ୟକ। ହଳଦୀ ରଙ୍ଗର ପତ୍ରକୁ ଛିଣ୍ଡାଇ ଦେବା ଉଚିତ।

ଦକ୍ଷିଣ-ପଶ୍ଚିମ ଦିଗରେ ମନି-ପ୍ଲାଣ୍ଟ ଚାରାରୋପଣ କରିବା ସହ ରୀତିମତ ପାଣି ଦେବା ଭଲ।

Leave A Reply