ବୋଲେରୋରୁ ୮ ଲକ୍ଷ ଟଙ୍କା ଜବତ

କୋଣାର୍କ : ଅସ୍ତରଙ୍ଗ-କାକଟପୁର ରାସ୍ତାରୁ ଶନିବାର ବିଳମ୍ବିତ ରାତିରେ ଫ୍ଲାଇଂ ସ୍କ୍ୱାଡ଼ ଓ ପୁଲିସ ପ୍ରାୟ ୮ ଲକ୍ଷ ଟଙ୍କା ଜବତ କରିଛି। ଏହି ଟଙ୍କା ଏକ ବୋଲେରୋରୁ ଜବତ ହୋଇଥିବା ଜଣାପଡ଼ିଛି। ସୂଚନା ଯୋଗ୍ୟ, ବୋଲେରୋଟି କାକଟପୁର-ଅସ୍ତରଙ୍ଗ ରାସ୍ତା ଦେଇ ଯାଉଥିବା ସମୟରେ ପୁଲିସ ଓ ଫ୍ଲାଇଂ ସ୍କ୍ୱାଡ଼ ଗାଡ଼ିଟିକୁ ଅଟକାଇଥିଲେ। ଗାଡ଼ି ଭିତରୁ ଟଙ୍କା ଜବତ କରିବା ସହ ଗାଡ଼ିର ଚାଳକକୁ ଅଟକ ରଖି ପୁଲିସ ପଚରାଉଚରା ଆରମ୍ଭ କରିଛି।

Comments are closed.