ଫ୍ଲାଇଙ୍ଗ ସ୍କ୍ୱାର୍ଡ଼ଙ୍କ ଦ୍ୱାରା କାରରୁ ୧ କୋଟିରୁ ଉର୍ଦ୍ଧ୍ବ ଓ ଟ୍ରକରୁ ୮.୯୬ ଲକ୍ଷ ଟଙ୍କା ଜବତ

ପୁରୀ : ସତ୍ୟବାଦୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଗଡ଼ିଶାଗଦା ଥାନା ଅଞ୍ଚଳରୁ ୧ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଜବତ ହୋଇଛି। ଶନିବାର ବିଳମ୍ବିତ ରାତିରେ ଏକ କାର ମଧ୍ୟରୁ ଫ୍ଲାଇଙ୍ଗ ସ୍କ୍ୱାର୍ଡ଼ ଏହି ଟଙ୍କା ଜବତ କରିଥିବା ସୂଚନା ମିଳିଛି। ସେହିପରି କଣାସ ନିକଟରୁ ଫ୍ଲାଇଙ୍ଗ ସ୍କ୍ୱାର୍ଡ଼ ୮.୯୬ ଲକ୍ଷ ଟଙ୍କା ଜବତ କରିଥିଲା। ଗ୍ରାଇଣ୍ଡର ଓ ଫ୍ରିଜ ଆଦି ବୋଝେଇ ହୋଇଥିବା ଏକ ଟ୍ରକ ମଧ୍ୟରୁ ଏହି ଟଙ୍କା ମିଳିଥିଲା।

Comments are closed.