ବିଜେଡି କର୍ମୀଙ୍କ ଗାଡିରୁ ୧୨ଲକ୍ଷ ଟଙ୍କା ଜବତ

ବରଗଡ : ବରଗଡ ଜିଲା ଭଟଲି ବଉଳସିଂହା ଠାରେ ଜଣେ ବିଜେଡି କର୍ମୀଙ୍କ ଗାଡିରୁ ୧୨ଲକ୍ଷ ଟଙ୍କା ଜବତ ହୋଇଛି। ନିର୍ବାଚନ ଫ୍ଲାଇଙ୍ଗ ସ୍କ୍ବାର୍ଡ ଏହି ଟଙ୍କା ଜବତ କରିଛି। ଜବତ ଟଙ୍କା ନିଜ ପେଟ୍ରୋଲ ପମ୍ପର ବୋଲି ବିଜେଡି କର୍ମୀ କହିଛନ୍ତି। ସେ ଟଙ୍କା ବ୍ୟାଙ୍କକୁ ଜମା କରିବାକୁ ଯାଉଥିଲେ ବୋଲି ମଧ୍ୟ କହିଛନ୍ତି। ନିର୍ବାଚନ ଫ୍ଲାଇଙ୍ଗ ସ୍କ୍ବାର୍ଡ ଟଙ୍କା ଜବତ କରି ତଦନ୍ତ ଆରମ୍ଭ କରିଛି।

Comments are closed.