ଭାରତରେ ଲଞ୍ଚ ହେବ ମୋଣ୍ଡିଆଲ ମୋଟୋ ର ୧୦୦୦ ସିସି ବାଇକ୍‍ ଭି-୫ଏସ୍‍ ଓ ଭି-୫ଆର

0

ନୂଆଦିଲ୍ଲୀ : ଇଟାଲୀର ଅଟୋମୋବାଇଲ କମ୍ପାନୀ ‘ମୋଣ୍ଡିଆଲ ମୋଟୋ’ ଭାରତରେ ନିଜର ଦୁଇଟି ନୂଆ ସୁପରବାଇକର ବଜାର ପ୍ରବେଶ କରାଇବ । ଏହି ଦୁଇ ନୂଆ ମଡେଲ ବାଇକର ନାମ ଭି୫ଏସ୍‍ ଓ ଭି୫ଆର। ଏହି ବାଇକରେ ୧୦୦୦ ସିସି ଇଞ୍ଜିନ ରହିଛି। ଭି-୫ଏସ୍‍ ମଡେଲର ମୂଲ୍ୟ ୨୨.୨୬ଲକ୍ଷ ରହିଥିବା ବେଳେ ଭି-୫ଆର ମଡେଲର ମୂଲ୍ୟ ୨୮.୬୨ଲକ୍ଷ ରହିଛି। ଦୁଇ ମଡେଲ ବାଇକରେ ଓହଲିନ୍ସ ସସ୍ପେନସନ, ଷ୍ଟିୟାରିଂ ଡେମ୍ପର, ବ୍ରୋମ୍ବୋ ବ୍ରେକ୍ସ, ଟାୟଟୋନିୟମ୍‍ ଟର୍ମିନୋନି ଏଗ୍ଜଷ୍ଟସ୍ , ପିରେଲି ଟାୟାର୍ସ ଡିଜିଟାଲ ଡେସବୋର୍ଡ, ସେଟଲାଇଟ୍‍ ନାଭିଗରସନ, କି-ଲେସ୍‍ ରିମୋର୍ଟ, ଏଲଇଡି ଲାଇଟ୍‍, ବିଦ୍ୟୁତଚାଳିତ ମିରର ଆଦି ସୁବିଧା ରହିଛି। ଭି୫ଆରରେ କାର୍ବନ ଫାଇବର ଚକ, ବିଦ୍ୟୁତ ସସ୍ପେସନ ରହିଛି। ଏହି ଦୁଇ ମଡେଲ ବାଇକର ଓଜନ ୧୭୯ କିଲୋଗ୍ରାମ ରହିଛି। ବର୍ତ୍ତମାନ ସୁଦ୍ଧା କମ୍ପାନୀ ଏହି ଦୁଇ ବାଇକ ଡିଜାଇନ ନିର୍ମାଣ କାର୍ଯ୍ୟ ଚଳାଇଛି। ୨୦୨୦ରେ ଏହାର ବଜାର ପ୍ରବେଶ କରାଇବ ବୋଲି କମ୍ପାନୀ କହିଛି।

Leave A Reply