ସୋମବାର ରାଶିଫଳ

ମେଷ: ପୂର୍ବାନୁଭୂତିର ବୃଦ୍ଧି ଘଟିପାରେ। ସେବା ମନୋବୃତ୍ତିକୁ ଗ୍ରହଣ କରିପାରନ୍ତି। ବୁଦ୍ଧି ଚାଳନା କରି କାର୍ଯ୍ୟ ହାସଲ କରିପାରନ୍ତି। କର୍ମକ୍ଷେତ୍ରକୁ ତ୍ବରାନ୍ବିତ କରିବେ। ବ୍ୟବସାୟରେ ଢେର ଉନ୍ନତି ଘଟିବ। ଗୁରୁ କୃପା ଲାଭ କରିବେ।
ବୃଷ: କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ। ସମ୍ମାନିତ ହେବାର ସୂଚନା ମିଳୁଛି। ଧନକ୍ଷୟ ହୋଇପାରେ। ସତ୍‌ପଥଗାମୀ ହେବେ। କୃଷି କାର୍ଯ୍ୟରେ ଧ୍ୟାନ ଦେବେ। ପ୍ରଭୂତ ବିତ୍ତର ଅଧିକାରୀ ହେବେ। ଜନ ସମର୍ଥନ ମିଳିବ।
ମିଥୁନ: ନିଜ କାର୍ଯ୍ୟ ପାଇଁ ଆନନ୍ଦ ଅନୁଭବ କରିପାରନ୍ତି। ଆମୋଦ ପ୍ରମୋଦରେ ଦିନଟି ଅତିବାହିତ ହୋଇପାରେ। କର୍ମକ୍ଷେତ୍ରରେ ଢ଼େର ଉନ୍ନତି ଘଟିବ। ଅର୍ଥ ପ୍ରାପ୍ତିର ସୁଯୋଗ ଅଛି। ଉପୁଜିଥିବା ସମସ୍ୟାର ସମାଧାନ ହେବା ଆଶାକରାଯାଏ।
କର୍କଟ: ଉଚ୍ଚ ଶିକ୍ଷାରେ ଆଗକୁ ବଢ଼ିବେ। କର୍ତ୍ତବ୍ୟନିଷ୍ଠ ହେବେ। ରୁଚିକର ଭୋଜନରେ ଆପ୍ୟାୟିତ ହୋଇପାରନ୍ତି। ବ୍ୟବସାୟରେ ଲାଭବାନ୍‌ ହୋଇପାରନ୍ତି। ସର୍ବ ସୁଖ ମିଳିପାରେ। ଶତ୍ରୁତା ଆଚରଣ କରୁଥିବା ବ୍ୟକ୍ତି ବିନା ବାଧାରେ ପଶ୍ଚାତ୍‌ପଦ ହେବେ।
ସିଂହ: ଅଟକି ଥିବା କାର୍ଯ୍ୟରେ ଆଗକୁ ବଢ଼ିବେ। ବହୁ ଶୁଭ ଫଳ ଆଶା କରାଯାଏ। ସରକାରୀ ସ୍ତରରେ ସମ୍ମାନିତ ହୋଇପାରନ୍ତି। ବିବାଦୀୟ ଘଟଣାରେ ବିଜୟୀ ହେବେ। ହଠାତ୍‌ କିଛି ଅର୍ଥ ମିଳିପାରେ। ବିଭିନ୍ନ ଦିଗରୁ ଆର୍ଥିକ ସ୍ରୋତ ବହିବ।
କନ୍ୟା: କିଛି ଭୁଲ କାର୍ଯ୍ୟ ନ କରି ମଧ୍ୟ ଅଯଥା ହନ୍ତ-ସନ୍ତ ହୋଇପାରନ୍ତି। କୃଷି କର୍ମ ଦକ୍ଷ ହେବେ। ଯାନବାହନ ସୁଖ ମିଳିପାରେ। ଗୃହ ପରିବେଶ ପ୍ରଦୂଷଣ ମୁକ୍ତ ରହିବ। ନୃତ୍ୟ ସଙ୍ଗୀତ ପ୍ରିୟ ହୋଇପାରନ୍ତି। ନ୍ୟାୟୋଚିତ କାର୍ଯ୍ୟ କରିପାରନ୍ତି।
ତୁଳା: କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ। ସାମାନ୍ୟ ଶାରୀରିକ କଷ୍ଟ ଅନୁଭବ କରିପାରନ୍ତି। ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ। ବିବାଦୀୟ ଘଟଣାରେ ବିଜୟୀ ହେବେ। ଯଶସ୍ବୀ ହୋଇପାରନ୍ତି। ପ୍ରତିଯୋଗିତାରେ ବିଜୟୀ ହେବେ।
ବିଛା: ନୂତନ ଗୃହର କାର୍ଯ୍ୟ ଆରମ୍ଭ କରିପାରନ୍ତି। ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ। ଭାଗ୍ୟର ପରିବର୍ତ୍ତନ ଘଟିପାରେ। ବିଭିନ୍ନ ଦିଗରୁ ଧନାଗମର ସୂଚନା ମିଳୁଛି। ନୀତିଜ୍ଞ ହେବେ। ତ୍ୟାଗପୂତ ମନୋବୃତ୍ତି ଗ୍ରହଣ କରିବେ।
ଧନୁ: ପୂର୍ବରୁ ଚାଲୁ ରହିଥିବା ଯୋଜନାରେ ପରିବର୍ତ୍ତନ ଘଟାଇ ନୂତନ ଯୋଜନା ପ୍ରଣୟନ କରିବେ। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ଆୟ ଆଶାନୁରୂପ ହେବ। ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି। ଚିନ୍ତାଧାରା ଉନ୍ନତମାନର ହେବ।
ମକର: ନୂତନ ଜମି କିଣିବାର ସୁଯୋଗ ମିଳିବ। ବ୍ୟୟ ପରିମାଣ ବୃଦ୍ଧି ହେବ। ଏକାଗ୍ରତା ଫଳ ସୁଖଦାୟକ ହେବ। କଥାଶୈଳୀରେ ଶତ୍ରୁଙ୍କୁ ବଶ କରିପାରନ୍ତି। ଚଞ୍ଚଳ ଚେଷ୍ଟିତ ହୋଇ କାର୍ଯ୍ୟ ହାସଲ କରିବେ। ଜ୍ଞାନ-ଗରିମା ବୃଦ୍ଧି ହେବ।
କୁମ୍ଭ: ଆୟ ଆଶାନୁରୂପ ହେବ। ଘାତଚନ୍ଦ୍ର ଭୋଗ ହେତୁ ଯାନବାହନରେ ସତର୍କତା ଅବଲମ୍ବନ କରିବେ। ସୁସ୍ଥ ଓ ନିରାମୟ ରହିବେ। ଉଚ୍ଚ ମହଲରେ ସମ୍ମାନିତ ହୋଇପାରନ୍ତି। ଅକ୍ଳେଶରେ କାର୍ଯ୍ୟ ହାସଲ କରିବେ। ସୁଖୀ ହେବେ।
ମୀନ: ପ୍ରଥମେ ଦ୍ବନ୍ଦ୍ବରେ ପଡ଼ିପାରନ୍ତି। ଧନପ୍ରାପ୍ତିର ସୂଚନା ମିଳୁଛି। ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରରେ ବିନୟୀ ଭାବ ପ୍ରଦର୍ଶନ କରି ପ୍ରଶଂସନୀୟ ହେବେ। ବହୁ ମିତ୍ରଙ୍କ ସାନ୍ନିଧ୍ୟ ମିଳିବ। ପ୍ରବଳ ପ୍ରତାପୀ ହେବେ। ଦୃଢ଼ ପୌରୁଷ ପଣିଆର ହୋଇପାରନ୍ତି।

Comments are closed.