ସୋମବାର ରାଶିଫଳ

ମେଷ: ସୁସମ୍ବାଦ ପାଇ ଖୁସି ହୋଇପାରନ୍ତି। ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ। ଶୁଦ୍ଧ ସ୍ୱଭାବର ହୋଇପାରନ୍ତି। ଜଣେ ବ୍ୟକ୍ତିତ୍ୱ ସମ୍ପନ୍ନ ବ୍ୟକ୍ତି ଭାବେ ନିଜର ପରିଚୟ ସୃଷ୍ଟି କରିବେ। ପୁଣ୍ୟବାନ୍‍ ହେବେ। ସୁଶୀଳ ହେବେ।
ବୃଷ: କିଛି ଅଘଟଣ ଘଟିବାର ସମ୍ଭାବନା ଅଛି। ସ୍ୱାଧୀନ ଚେତ୍ତା ବ୍ୟକ୍ତିଭାବେ କାର୍ଯ୍ୟ କରିପାରନ୍ତି। ମଧ୍ୟମ ଧରଣର ଶୁଭଫଳ ମିଳିବ। ବ୍ୟୟ ବୃଦ୍ଧିର ସୂଚନା ମିଳୁଛି। ପ୍ରିୟଭାଷୀ ହେବେ। ଧନ ଓ ଯାନବାହନଯୁକ୍ତ ହେବେ। ବଳବନ୍‍ ହେବେ।
ମିଥୁନ: ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିପାରନ୍ତି। ଧର୍ମ କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ। ଉନ୍ନତି ମାର୍ଗରେ ଆଗକୁ ବଢ଼ିବେ। ବନ୍ଧୁ ଦର୍ଶନ ଓ ସହାୟତା ପାଇ ବିଶେଷ ଉପକୃତ ହେବେ। କର୍ମତତ୍ପରତା ପ୍ରକାଶ ପାଇବ। ଅର୍ଥ ଓ ସମ୍ମାନ ମିଳିବ।
କର୍କଟ: କରିତ୍‍କର୍ମା ହୋଇପାରନ୍ତି। ଆପଣଙ୍କ ପରିଶ୍ରମର ମୂଲ୍ୟାଙ୍କନ ହେବ। କର୍ମକ୍ଷେତ୍ରରେ ଉତ୍ସାହ ବୋଧ ଦେଖାଦେବ। ପାରିବାରିକ ସୁଖ, ଶାନ୍ତି ଅବ୍ୟାହତ ରହିବ। କର୍ମକ୍ଷେତ୍ରରେ ଢ଼େର ଉନ୍ନତି ଘଟିବ। କୀର୍ତ୍ତିମାନ୍‍ ହୋଇପାରନ୍ତି।
ସିଂହ: ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ଉଦ୍ୟମ ଜାରି ରଖିବେ। ସଦାଚାରୀ ହେବେ। ବୈଷୟିକ କାର୍ଯ୍ୟ ଆପଣଙ୍କ ପାଇଁ ଲାଭଦାୟକ ହେବ। ନୂତନ ଆଶା ଫଳବତୀ ହେବ। ସୁଖ-ଶାନ୍ତିରେ ଦିନଟି ଅତିବାହିତ ହେବ। ମାନସିକ ଅଶାନ୍ତି ଦୂର ହେବ।
କନ୍ୟା: ମନରେ ଥିବା ଆଶଙ୍କା ଦୂରେଇ ଯିବ। ଧନକ୍ଷୟ ହେବାର ସମ୍ଭାବନା ଅଛି। ଅଷ୍ଟମଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବାକୁ ପଡ଼ିବ। କଷ୍ଟ ସହି ମଧ୍ୟ ଶତ୍ରୁନାଶ କରିବେ। ଗୋଷ୍ଠୀ, ନଗର ଓ ଗ୍ରାମର ଅଧିପତି ହୋଇପାରନ୍ତି। ପରାମର୍ଶଦାତା ହେବେ।
ତୁଳା: ଯେକୌଣସି କାର୍ଯ୍ୟର ଶୁଭାରମ୍ଭ ପାଇଁ ସ୍ଥିତି ଅନୁକୂଳ ରହିଛି। ମାନସିକ ସ୍ତରରେ ପ୍ରଫୁଲ୍ଲିତ ହୋଇପାରନ୍ତି। ପାରିବାରିକ ସୁଖ, ଶାନ୍ତି ଅବ୍ୟାହତ ରହିବ। ବନ୍ଧୁଙ୍କ ସହାୟତା ପାଇ ଉପକୃତ ହେବେ। ରାଜପୂଜିତ ଓ ଯାନବାହନଯୁକ୍ତ ହେବେ।
ବିଛା: ନିଜ କାର୍ଯ୍ୟ ଓ କର୍ତ୍ତୃପକ୍ଷଙ୍କ ସହାନୁଭୂତି ଯୋଗୁଁ ଆନନ୍ଦ ଅନୁଭବ କରିବେ। ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ। ମାନସିକ ସ୍ତରରେ ସୁସ୍ଥ ରହିବେ। ବିଭିନ୍ନ ଦିଗରୁ ଧନଲାଭ ହେବାର ସୁଯୋଗ ସୃଷ୍ଟି ହୋଇଛି।
ଧନୁ: ସାରାଦିନ କାର୍ଯ୍ୟ ବ୍ୟସ୍ତ ରହିବେ। ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ସଫଳତା ପାଇବେ। ବିଭିନ୍ନ ଦିଗରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ପ୍ରତିଷ୍ଠା ବୃଦ୍ଧି ହେବ। କର୍ମତତ୍ପରତା ପ୍ରକାଶ ପାଇବ। ପାରିବାରିକ ସୁଖ-ଶାନ୍ତି ମିଳିବ। ସର୍ବ ମଙ୍ଗଳ ଆଶାକରାଯାଏ।
ମକର: କଳହଠାରୁ ନିଜକୁ ଦୂରେଇ ରଖିବାକୁ ଚେଷ୍ଟା କରିବେ। ମାର୍ଗ କ୍ଳେଶକର ହୋଇପାରେ। ଚାଟୁବାକ୍ୟ ପ୍ରୟୋଗ କରି ବିରୋଧୀଙ୍କୁ ସପକ୍ଷକୁ ଆଣି ପାରନ୍ତି। କୃଷିକ୍ଷେତ୍ର ଲାଭଦାୟକ ହେବ। ଯାନବାହନ ସୁଖ ମିଳିବ। ଗୃହ ପ୍ରଦୂଷଣ ମୁକ୍ତ ହେବେ।
କୁମ୍ଭ: ବ୍ୟବସାୟରେ ଲାଭବାନ୍‍ ହେବେ। ବିଭିନ୍ନ ସ୍ତରରେ ସମ୍ମାନିତ ହେବେ। ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ। କର୍ମଠ ହୋଇପାରନ୍ତି। ସାମର୍ଥ୍ୟର ପରିପ୍ରକାଶ ଘଟାଇ ପାରନ୍ତି। ଧନାଗମର ସୂଚନା ମିଳୁଛି। ବିଭାଗୀୟ ଅର୍ଥ ପ୍ରାପ୍ତ ହେବେ।
ମୀନ: କାହା ପ୍ରରୋଚନାରେ ପଡ଼ି କାର୍ଯ୍ୟ କଲେ କ୍ଷତିଗ୍ରସ୍ତ ହୋଇପାରନ୍ତି। କାର୍ଯ୍ୟରେ ସଫଳତା ପାଇଁ ଅପେକ୍ଷାରତ ହେବେ। କର୍ମରେ ସଫଳତା ମିଳବ। ବ୍ୟବସାୟରେ ଲାଭବାନ ହୋଇପାରନ୍ତି। ସଦ୍‍ଭାବନାଯୁକ୍ତ ହେବେ। ସର୍ବ ସୁଖ ଆଶା କରାଯାଏ।

Comments are closed.