ସୋମବାର ରାଶିଫଳ

0

ମେଷ: ଆଳସ୍ୟ ପରାୟଣ ହୋଇପାରନ୍ତି। କଳହଠାରୁ ନିଜକୁ ଦୂରେଇ ରଖିବାକୁ ପଡ଼ିବ। ଧର୍ମକାର୍ଯ୍ୟରେ ନିଜକୁ ନିୟୋଜିତ କରିବେ। କର୍ମକ୍ଷେତ୍ରରେ ସଫଳତା ମିଳିବ। ବ୍ୟବସାୟ ଲାଭଜନକ ହେବ। ଅଭାବ, ଅସୁବିଧା ଲାଗି ରହିବ।
ବୃଷ: ଅର୍ଥାଭାବ ଅନୁଭବ କରିପାରନ୍ତି। ଅପରାହ୍ଣରୁ ଧନ ଲାଭର ସୂଚନା ମିଳୁଛି। ମୂଲ୍ୟବାନ୍‍ ଦ୍ରବ୍ୟ ଲାଭ ହୋଇପାରେ। ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ। ଗୃହରେ ଶାନ୍ତି ବିରାଜମାନ କରିବ।
ମିଥୁନ: ଶିକ୍ଷାପ୍ରତି ଆଗ୍ରହୀ ହେବେ। କାର୍ଯ୍ୟ ପ୍ରାପ୍ତି ପାଇ ପ୍ରତୀକ୍ଷାରତ ହୋଇପାରନ୍ତି। ପାରିବାରିକ ସୁଖ ପାଇବେ। କର୍ମକ୍ଷେତ୍ର ଉଜ୍ଜ୍ୱଳମୟ ହେବ। ବିଭିନ୍ନ ଦିଗରୁ ଧନାଗମ ହେବାର ସୂଚନା ମିଳୁଛି। ସର୍ବାଙ୍ଗୀଣ ଉନ୍ନତି ଆଶା କରାଯାଏ।
କର୍କଟ: ଲାଗି ରହିଥିବା ବିବାଦର ସୁ-ସମାଧାନ ହେବ। ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ନୂଆ ବନ୍ଧୁ ଜୁଟିବେ। ଚିନ୍ତାଧାରା ଉନ୍ନତମାନର ହେବ। ସୁସ୍ଥ ରହିବେ।
ସିଂହ: ଆପଣଙ୍କ ବିରୋଧରେ ଚାଲିଥିବା ଷଡ଼ଯନ୍ତ୍ରରୁ ଉଧୁରି ଯାଇପାରନ୍ତି। ଧନକ୍ଷୟ ହେବାର ସୂଚନା ମିଳୁଛି। ଖର୍ଚ୍ଚ ପରିମାଣ ବୃଦ୍ଧି ପାଇପାରେ। ମଧୁର ବଚନ କହି ଜନମନ ତୋଷ କରିପାରନ୍ତି। ଅଳ୍ପ ସୁଖ ମିଳିବ। ଅସାମାଜିକଙ୍କ ଠାରୁ ଦୂରେଇ ରହିବେ।
କନ୍ୟା: ଆପଣଙ୍କ ପାଇଁ ଏକ ନୂତନ କର୍ମପନ୍ଥା ଖୋଲିବ। ଆୟ ଆଶାନୁରୂପ ହେବ। ଭୋଜନ ସୁଖ ଅନୁଭବ କରିପାରନ୍ତି। ସର୍ବ ସୁଖ ଆଶା କରାଯାଏ। ବ୍ୟବସାୟ ଲାଭଜନକ ହେବ। ନାନାବିଧ ସମ୍ମାନ ମିଳିବ। ଗୁଣଜ୍ଞ ହେବେ।
ତୁଳା: ଋଣଗ୍ରସ୍ତ ହୋଇ ତାକୁ ବ୍ୟବସାୟରେ ଲଗାଇ ଲାଭବାନ୍‍ ହେବେ। ପରିଶ୍ରମର ମୂଲ୍ୟ ମିଳିବ। କୁଶଳ ସମାଚାର ପାଇ ଖୁସି ହୋଇପାରନ୍ତି। ଭବିଷ୍ୟତ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିବେ। ଦିନସାରା ଆମୋଦ-ପ୍ରମୋଦରେ ବୁଡ଼ି ରହିବେ।
ବିଛା: ବିଶୃଙ୍ଖଳ ପରିସ୍ଥିତିକୁ ଶୃଙ୍ଖଳିତ କରିବାକୁ ସକ୍ଷମ ହେବେ। ଦାନ-ଧର୍ମରେ ଦୀକ୍ଷିତ ହୋଇପାରନ୍ତି। ଆର୍ଥିକ ସ୍ଥିତିରେ ଉନ୍ନତି ଘଟିବ। ପାରିବାରିକ ସୁଖ, ଶାନ୍ତି ଅବ୍ୟାହତ ରହିବ। ବ୍ୟବସାୟ ଲାଭଜନକ ହେବ। ଚିନ୍ତାଦୂର ହେବ।
ଧନୁ: ଭୋଜନାଦିରେ ତୃପ୍ତି ଲାଭ କରିପାରନ୍ତି। ଶାରୀରିକ ପୀଡ଼ା ଅନୁଭବ କରିବାର ସୂଚନା ମିଳୁଛି। ଘାତଚନ୍ଦ୍ର ଭୋଗ ହେତୁ ପ୍ରତ୍ୟେକ କ୍ଷେତ୍ରରେ ଓ କାର୍ଯ୍ୟରେ ସତର୍କତା ଅବଲମ୍ବନ କରିବେ। କୌଣସି ଅପକର୍ମରେ ଲିପ୍ତ ନ ରହି ମଧ୍ୟ ଅପବାଦ ମୁଣ୍ଡାଇ ପାରନ୍ତି।
ମକର: ସାରାଦିନ କାର୍ଯ୍ୟ ବ୍ୟସ୍ତ ରହିବେ। ବନ୍ଧୁ ସୁଖ ପାଇ ଉତ୍‍ଫୁଲ୍ଲିତ ହୋଇପାରନ୍ତି। ସୁଖାଦ୍ୟ ପାଇ ଆତ୍ମ ତୃପ୍ତି ଲାଭ କରିପାରନ୍ତି। ଉନ୍ନତି ପଥରେ ଆଗକୁ ବଢ଼ିବେ। ସାଧନାରେ ସିଦ୍ଧ ଲାଭ କରିପାରନ୍ତି। ସୁଖ-ସମ୍ଭୋଗ ଓ ଆତ୍ମ ସନ୍ତୋଷ ମିଳିବ।
କୁମ୍ଭ: ଅତିଥି ସତ୍କାର କରି ପ୍ରଶଂସିତ ହେବେ। ବ୍ୟୟ ବୃଦ୍ଧି ଘଟିପାରେ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଲାଗି ରହିଥିବା ଚିନ୍ତା ଦୂରୀଭୂତ ହେବ। ମନ ପ୍ରଫୁଲ୍ଲ ରହିବ। ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ। ସୁସ୍ଥ ଓ ନିରାମୟ ରହିବେ। ଶତ୍ରୁ ଦମନ କରି ନିଃଶଙ୍କ ହେବେ।
ମୀନ: ଯାନବାହନ ଜନିତ ସାମାନ୍ୟ କଷ୍ଟ ଅନୁଭବ କରିପାରନ୍ତି। ଗୋଳମାଳିଆ ପରିସ୍ଥିତିରେ ନିରବ ଭାବ ପ୍ରଦର୍ଶନ କରିପାରନ୍ତି। ପଦୋନ୍ନତି ସମୟ ଉପସ୍ଥିତ। ଧର୍ମ-କର୍ମ ସଂପାଦନ କରିବେ। ବ୍ୟବସାୟରେ ଢ଼େର ଉନ୍ନତି ଘଟିବ। ପଦନ୍ନୋତି ମିଳିବ।

Leave A Reply