୨୩୪୦ ବର୍ଷର ପୁରାତନ ମମ୍ମିର ସୁରକ୍ଷା

0

ଜୟପୁରର ଆଲବର୍ଟ ସଂଗ୍ରହାଳୟରେ ରଖାଯାଇଥିବା ୨୩୪୦ ବର୍ଷ ପୁରାତନ ମମ୍ମିକୁ ନିକଟରେ ମିଶରର ମମ୍ମି ବିଶେଷଜ୍ଞ ରାନିୟା ଅହମ୍ମଦ ପରୀକ୍ଷଣ କରିବା ସହ ନିଜ ମନ୍ତବ୍ୟ ଦେଇଛନ୍ତି। ମମ୍ମି ରଖାଯାଇଥିବା କକ୍ଷରେ ଖୁବ୍ କମ୍ ସୂର୍ୟ୍ୟକିରଣ ପଡ଼ିବାର ବନ୍ଦୋବସ୍ତ କରାଯାଇଛି।

ଏହା ସହ ଏକ ଟିମ୍ ରୀତିମତ ଏହି ମମ୍ମି ସୁରକ୍ଷା ଦାୟିତ୍ବରେ ଥିବା ପ୍ରକାଶ। ମିଳିଥିବା ତଥ୍ୟ ଅନୁସାରେ ସେଠା ରାଜ୍ୟ ପୁରାତତ୍ତ୍ବ ବିଭାଗର କେମିକାଲ ଟିମ୍ ହିଁ ଏହି ମମ୍ମିର ରକ୍ଷଣାବେକ୍ଷଣ କରନ୍ତି। ଏହି ପୁରୁଣା ମମ୍ମିକୁ ଦେଖିବାକୁ ଦୈନିକ ସହସ୍ରାଧିକ ଲୋକ ଆସନ୍ତି।

ମମ୍ମିଟି ଏବେ ମଧ୍ୟ ସତେଜ ଥିବାବେଳେ ମିଶରର ବିଶେଷଜ୍ଞଙ୍କ ମତରେ ପ୍ରାରମ୍ଭ ସମୟରୁ ହିଁ ଏଥିରେ ଉନ୍ନତମାନର ମସଲା ଲେପ ଭାବେ ବ୍ୟବହାର କରାଯାଇଛି। ସେହି କାରଣରୁ ମମ୍ମିଟି ଏବେ ସୁଦ୍ଧା ସତେଜ ରହିଛି। ୧୮୮୭ରେ ଏହି ମମ୍ମି ଜୟପୁରକୁ ଆସିଥିଲା ଓ ୧୮୯୦ବେଳକୁ ଏହା ଆଲବର୍ଟା ସଂଗ୍ରହାଳୟରେ ସ୍ଥାନ ପାଇଥିଲା ।

Leave A Reply