ଛାତ୍ରୀଙ୍କୁ ଅସଦାଚରଣ କରି  ଆୟକର ଯୁଗ୍ମ କମିଶନର ଗିରଫ

0

 

ପାଟନା:  ଜଣେ ଛାତ୍ରୀଙ୍କୁ ଅସଦାଚରଣ କରି ଆୟକର ବିଭାଗର ଯୁଗ୍ମ କମିଶନର ଗିରଫ ହୋଇଛନ୍ତି । ଭାରତୀୟ ରାଜସ୍ୱ ଅଧିକାରୀ  ରାମ ବାବୁ ଗୁପ୍ତା ଆୟକର ଯୁଗ୍ମ କମିଶନର ଅଛନ୍ତି । ଉତ୍ତର-ପୂର୍ବ ଭାରତରେ ଜଣେ ଛାତ୍ରୀ ରହୁଥିବା ହଷ୍ଟେଲରେ ରାମବାବୁଙ୍କର ମାଲିକାନା ଅଛି । ଛାତ୍ରୀ ଜଣଙ୍କ ଅନୁସୂଚିତ ଜାତି ଓ ଜନଜାତୀଙ୍କ ପାଇଁ ମାଗଣାରେ ତାଲିମ ଦିଆଯାଉଥିବା ଏକ ଅନୁଷ୍ଠାନରେ ଶିକ୍ଷା ଗ୍ରହଣ କରନ୍ତି ।

ରାମବାବୁ ଦୁଇ ଦିନ ତଳେ ଛାତ୍ରୀଙ୍କ ହଷ୍ଟେଲକୁ ଆସିଥିଲେ । ଏକ କୋଠରୀ ଭିତରେ ଛାତ୍ରୀ ଜଣଙ୍କୁ ସେ ଅସଦା ଚରଣ କରିଥିବା ଅଭିଯୋଗ ହୋଇଛି । ଏହାପରେ ତାଙ୍କୁ ହଜାରେ ଟଙ୍କା ଯାଚିବା ସହ ବାହା ହେବା ପାଇଁ ପ୍ରସ୍ତାବ ଦେଇଥିବା ଅଭିଯୋଗ ହୋଇଛି । ଛାତ୍ରୀ ଜଣଙ୍କ ଚିତ୍କାର କରିବାରୁ ଅନ୍ୟ ଛାତ୍ରୀମାନେ ସେଠାରେ ପହଞ୍ଚିଯାଇଥିଲେ । ସେଠାରୁ ରାମବାବୁ ତୁରନ୍ତ ଫେରାର ହୋଇଯାଇଥିଲେ ।

ଏହି ଅଭିଯୋଗ ପରେ ଆୟକର ଯୁଗ୍ମ  କମିଶନର ରାମବାବୁଙ୍କୁ ଗିରଫ କରାଯାଇଥିବା ପାଟନାର ଆଇନ ଶୃଙ୍ଖଳା ଡିଏସ୍‌ପି ଶିବଲି ନୋମାନୀ ପ୍ରକାଶ କରିଛନ୍ତି ।

Leave A Reply