ଅସଦାଚରଣ ଅଭିଯୋଗରେ ଭିଏଲ୍‌ଡବ୍ଲ୍ୟୁ ଗିରଫ

0

କେନ୍ଦୁଝର: ଜନୈକା ସମିତି ସଭ୍ୟଙ୍କ ପ୍ରତି ଅସଦାଚରଣ ଅଭିଯୋଗ ଆସିଛି। ଅଭିଯୋଗ ଆଧାରରେ ଭିଏଲ୍ଡବ୍ଲୁଙ୍କୁ ପୁଲିସ ଗିରଫ କରି ତଦନ୍ତ ଆରମ୍ଭ କରିଛି। ଘଟଣା ଘଟିଛି ତେଲକୋଇ ବ୍ଲକ୍‌ରେ। ଜଗମୋହନପୁର ଭିଏଲଡବ୍ଲ୍ୟୁ ତାରକାନ୍ତ ବେହେରା ଅସଦାଚରଣ କରିଥିବା ଜଗମୋହନପୁର ପଞ୍ଚାୟତର ସମିତିସଭ୍ୟା ଅଭିଯୋଗ କରିଛନ୍ତି। ଏହି ଘଟଣାରେ ସରପଞ୍ଚଙ୍କ ସ୍ୱାମୀ ଯୋଗେଶ୍ୱର ପ୍ରଧାନ ସମ୍ପୃକ୍ତ ଥିବା ସମିତି ସଭ୍ୟା ଅଭିଯୋଗରେ ଦର୍ଶାଇଛନ୍ତି। ଅଭିଯୋଗ ଅନୁଯାୟୀ ପଞ୍ଚାୟତରେ ହେଉଥିବା ବିଭିନ୍ନ ଅନିୟମିତତାକୁ ସମିତି ସଭ୍ୟା ବିରୋଧ କରିବାରୁ ତାଙ୍କୁ ଧକ୍କା ମାରି ଗ୍ରାମସଭାରୁ ବାହାର କରିଦିଆଯିବା ସହିତ ସହ ଅସଭ୍ୟ ଭାଷାରେ ଗାଳିଗୁଲଜ କରାଯାଇଥିଲା। ଅଭିଯୋଗ ଆଧାରରେ ଶ୍ରୀ ବେହେରାଙ୍କୁ ପୁଲିସ ଗିରଫ କରିଥିବା ବେଳେ ଶ୍ରୀ ପ୍ରଧାନ ଫେରାର ଥିବା ଜଣାପଡ଼ିଛି। ସମିତିସଭ୍ୟା ଆଣିଥିବା ଅଭିଯୋଗକୁ ଶ୍ରୀ ବେହେରା ଅସ୍ୱୀକାର କରିଛନ୍ତି।

Leave A Reply