ଟ୍ରାକ୍ଟର ଓଲଟି ଚାଳକ ମୃତ

0

ମୋହନା : ଅଡବା ଥାନା ଅଧୀନ ପାଣିଗଣ୍ଡା ପଞ୍ଚାୟତ ସାତଭଉଣୀ ଘାଟିରେ ଏକ ଟ୍ରାକ୍ଟର ଓଲଟି ଚାଳକଙ୍କ ମୃତ୍ୟୁ ଘଟିଛି । ସୂଚନା ଅନୁସାରେ ତୁରାଣୀପାଣି ଗ୍ରାମର ଯଶବନ୍ତ ଦଳବେହେରା (୨୭) ଟ୍ରାକ୍ଟର ନଂ ଓଡି ୦୭ ସି ୬୫୧୩ ନେଇ ବାଲି ଆଣିବା ପାଇଁ ନିକଟ ନନ୍ଦିନି ନାଳକୁ ଯାଉଥିବା ସମୟରେ ଭାରସାମ୍ୟ ହରାଇ ସାତଭଉଣୀ ଘାଟିରେ ଟ୍ରାକ୍ଟରଟି ଓଲଟି ପଡିଥିଲା । ଟ୍ରାକ୍ଟର ଚାପାରେ ଚାଳକ ଦଳବେହେରାଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା ବେଳେ ଡ. ପୃଥିବୀରାଜ ତାଙ୍କୁ ମୃତ ଘୋଷଣା କରିଥିଲେ ।

Leave A Reply