ମୋହନା ଓ ଅଡ଼ବାରେ ପୁଲିସ୍‍ର ଫ୍ଲାଗ୍‍ ମାର୍ଚ୍ଚ

0

ମୋହନା : ଆଗକୁ ନିର୍ବାଚନ ଥିବାରୁ କିଭଳି ମୋହନା ଓ ଅଡ଼ବା ଥାନା ଅଞ୍ଚଳରେ ଶାନ୍ତିପୂର୍ଣ୍ଣ ଭାବରେ ନିର୍ବାଚନ ହୋଇପାରିବ ସେଥିପାଇଁ ଜନସାଧାରଣଙ୍କୁ ସଚେତନତା କରାଇବା ସହ ଶାନ୍ତିଶୃଙ୍ଖଳା ରକ୍ଷା କରିବା ଓ ନିର୍ବାଚନ କମିଶନରଙ୍କ ନୀତି ଓ ନିୟମକୁ ମାନିବା ନେଇ  ମୋହନା ଆଇଏସ୍‍ଏଫ୍‍ ଫୋର୍ସ ଓ ପୁଲିସ୍‍ କର୍ମଚାରୀ ମୋହନା ମୁଖ୍ୟ ସଡ଼କ ସମେତ ସମସ୍ତ ସାହିରେ ଫ୍ଲାଗ୍‍ ମାର୍ଚ୍ଚ କରିଥିଲେ। ଏହି ଫ୍ଲାଗ ମାର୍ଚ୍ଚରେ ଆଇଆଇସି ସୁଜିତ୍‍ ନାୟକଙ୍କ ନେତୃତ୍ୱ ନେଇଥିଲେ। ସିସେହିପରି ଅଡ଼ବା ଆଇଆଇସି ଅଜୟ କୁମାର ବାରିକଙ୍କ ନେତୃତ୍ୱରେ ସିଆଇଏସ୍‍ଏଫ୍‍ ଫୋର୍ସ ଓ ପୁଲିସ୍‍ କର୍ମଚାରୀମାନେ ବିରିକୋଟ ଓ ଅଡ଼ବାର ସମସ୍ତ ସାହି ଗଳିକନ୍ଦି ବୁଲି ଫ୍ଲାଗ୍‍ ମାର୍ଚ୍ଚ କରିଥିଲେ।

Leave A Reply