ଶହୀଦ୍‍ ଜବାନଙ୍କୁ ଶ୍ରଦ୍ଧାଞ୍ଜଳୀ ଓ ଆତଙ୍କବାଦୀ ମସୁଦ୍‍ ଆଝାରର କୁଶପୁତଳିକା ଦାହ

0

ମୋହନା : ପୁଲ୍‍ୱାମାର ଅୱନ୍ତିପୁରାରେ ଆତଙ୍କବାଦୀ ଆକ୍ରମଣରେ ୪୦ ଯବାନ୍‍ଙ୍କ ଶହୀଦ୍‍ ଘଟଣାରେ ଭାରତବାସୀ ମର୍ମାହାତ ହୋଇଛନ୍ତି। ଶହୀଦ୍‍ଙ୍କ ଅମର ଆତ୍ମାର ସଦ୍‍ଗତି ନିମନ୍ତେ ଆଜି ମୋହନାର ଶ୍ରୀ ଗଣେଶ ବଣିକ ସଂଘ, ଦିଲ୍‍ସେ ଇଣ୍ଡିଆ ଯୁବକ ସଂଘଙ୍କ ସମେତ ସମସ୍ତ ବର୍ଗର ସାଧାରଣ ଲୋକ ମିଳିତ ଭାବେ କ୍ୟାଣ୍ଡେଲ ଶୋଭାଯାତ୍ରା ହାଇସ୍କୁଲ ଛକଠାରୁ ବାହାରି ପାକିସ୍ତାନ ଓ ଆତଙ୍କବାଦୀଙ୍କ ବିରୁଦ୍ଧରେ ପାକିସ୍ତାନ ମୁର୍ଦ୍ଧାବାଦ୍‍, ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ମୁର୍ଦ୍ଧାବାଦ୍‍, ଆତଙ୍କବାଦୀ ମସୁଦ୍‍ ଆଝାର ମୁର୍ଦ୍ଧାବାଦ୍‍, ଭାରତ ମାତା କି ଜୟ, ଶହୀଦ୍‍ ଜବାନ୍‍ ଅରମ ରହେ ଆଦି ନାରାବାଜିରେ ପରିବେଶ ପ୍ରକମ୍ପିତ ହୋଇଥିଲା। ସ୍ଥାନୀୟ ଥାନା ସମ୍ମୁଖରେ ପୁଲିସ୍‍ ଓ ଫୋର୍ସ କର୍ମ•ରୀଙ୍କ ଉପସ୍ଥିତିରେ ଦୁଇ ମିନିଟ୍‍ ନୀରବ ପ୍ରାର୍ଥନା କରାଯାଇଥିଲା। ପରେ ସାହି ପରିଭ୍ରମଣ କରି ବଜାର ଛକଠାରେ ଆତଙ୍କବାସୀ ମସୁଦ୍‍ ଆଝାରର କୁଶପୁତଳିକା ଦାହ କରାଯାଇଥିଲା।

Leave A Reply