ସଡକ ଦୁର୍ଘଟଣାରେ ୮ ଆହତ

0

ମୋହନା : ଗଜପତି ଜିଲା ମୋହନା ବ୍ଳକରେ ଏକ ସଡକ ଦୁର୍ଘଟଣାରେ ୮ଜଣ ଆହତ ହୋଇଥିବା ଜଣାପଡିଛି। ଖବରଅନୁସାରେ ସୋମବାର ମୋହନା ବ୍ଲକ ଅନ୍ତର୍ଗତ ଚାନ୍ଦିପୁଟ ପଞ୍ଚାୟତର ବାଲିପଙ୍କ ଗ୍ରାମର ଆଜମୁଲା ଆନସାରି (୩୦) ନିଜ ଅଟୋ ନଂ ଓଡି ୨୦ ଏ ୩୯୯୫ ଯୋଗେ ୧୧ ଜଣ ଯାତ୍ରୀଙ୍କୁ ନେଇ ମୋହନା ଅଭିମୁଖେ ଆସୁଥିଲେ। ବାଟରେ ପିଣ୍ଡିକି ପଞ୍ଚାୟତ ଅନ୍ତର୍ଗତ ଚିକିସମେରା ନିକଟ ରାଜ୍ୟ ରାଜପଥ ବୁଲାଣିରେ ଏକ ଗଛକୁ ଧକ୍କା ଦେଇ ଅଟୋଟି ଓଲଟି ପଡିଥିଲା। ଅଟୋରେ ବସିଥିବା ୧୧ ଜଣ ଯାତ୍ରୀଙ୍କ ମଧ୍ୟରୁ ୮ଜଣ ଆହତ ହୋଇଥିଲେ । କାଳିଆପଟା ଗ୍ରାମର ବାୟାନାଥ ଦଳାଇ (୫୦), କନ୍ଦବଚୁଆ ଗ୍ରାମର ଉତମ ନାୟକ (୪୮), ଶଶି ଗୌଡ (୫୦), ସାଗର ଗୌଡ (୫), ସୁଜାତା ଗୌଡ (୩୩), ସୁରଜ ଗୌଡ(୨), ବୁଲୁ ଗୌଡ (୩୬) ଓ ରାୟଗଡା ଜିଲ୍ଲା ପଦ୍ମପୁର ଗ୍ରାମର ଗୌଡ (୨୦) ଆହାତ ହୋଇଥିଲେ। ସମସ୍ତଙ୍କୁ ଉକ୍ତ ସ୍ଥାନରୁ ଆମ୍ବୁଲାନ୍ସ ଯୋଗେ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା। କିନ୍ତୁ ସମସ୍ତଙ୍କୁ ପ୍ରାଥମିକ ଚିକିତ୍ସା ପରେ ଉତମ ନାୟକ ଓ ବାୟାନାଥ ଦଳାଇଙ୍କ ଅବସ୍ଥା ଗୁରୁତର ଥିବାରୁ ଉଭୟଙ୍କୁ ବ୍ରହ୍ମପୁର ମେଡିକାଲ ପଠାଯାଇଥିବା ଜଣା ପଡିଛି। ପ୍ରଶାସନ ପକ୍ଷରୁ ନିଶାସକ୍ତ ଓ ବେପାରୁଆ ଗାଡି ଚାଳକ ମାନଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ବୁଦ୍ଧିଜୀବୀ ମହଲରେ ପ୍ରକାଶ ପାଇଛି।

Leave A Reply