ଉପଜିଲାପାଳଙ୍କ ଦୃଷ୍ଟିହୀନ ଓ ବଧିର ବିଦ୍ୟାଳୟ ପରିଦର୍ଶନ

0

ମୋହନା : ଗଜପତି ଜିଲାର ଏକମାତ୍ର ସ୍ୱତନ୍ତ୍ର ବିଦ୍ୟାଳୟ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦୃଷ୍ଟିହୀନ ଓ ବଧିର ବିଦ୍ୟାଳୟକୁ ଉପଜିଲ୍ଲାପାଳ ରଜନୀ କାନ୍ତ ସ୍ୱାଇଁ ପରିଦର୍ଶନ କରିଛନ୍ତି। ଜିଲାପାଳ ଅନୁପମ ଶାହାଙ୍କ ନିର୍ଦ୍ଦେଶରେ ବିଦ୍ୟାଳୟର ପୁରାତନ ଓ ନୂତନ ପରିଚାଳନା କମିଟି ସଦସ୍ୟ/ସଦସ୍ୟା ଓ କର୍ମୀଙ୍କ ମଧ୍ୟରେ ଲାଗି ରହିଥିବା ସମସ୍ୟାର ସମାଧାନ କରିବା ଉଦ୍ଦେଶ୍ୟରେ ସେ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ। ଏହି ବୈଠକ ବିଦ୍ୟାଳୟ ପରିସରରେ କମିଟିର ଉପ ସଭାପତି, ପୂର୍ବତନ ସରପଞ୍ଚ ସୁଷମା ମଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ଉପ ଜିଲାପାଳଙ୍କ ସମେତ ଜିଲା ସାମାଜିକ ସୁରକ୍ଷା ଅଧିକାରୀ ରବିନ୍ଦ୍ର କୁମାର ବେହେରା ଓ ଜିଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ ମଧ୍ୟ ଉପସ୍ଥିତ ଥିଲେ। ପୂର୍ବତନ ସମ୍ପାଦକ ଓ ନୂତନ ପରିଚାଳନା କମିଟିର ସମସ୍ତ ସଦସ୍ୟ/ସଦସ୍ୟା ଓ କର୍ମୀଙ୍କ ଉପସ୍ଥିତିରେ ଉପଜିଲାପାଳଙ୍କୁ ପରିଚାଳନାଗତ ତୃଟିର ସୁଧାର ଆଣିବା ନିମନ୍ତେ ମତାମତ ଲୋଡିଥିଲେ। କର୍ମୀଙ୍କ ଅସନ୍ତୋଷ ଓ ପୁରାତନ ସମ୍ପାଦକଙ୍କ ମନମ୍ମୁଖି କାର୍ଯ୍ୟକଳାପ ଓ କିଛି କର୍ମୀଙ୍କ ବିରୋଧରେ ଅପପ୍ରଚାର କରୁଥିବା ସମ୍ପର୍କରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏବଂ କର୍ମୀମାନେ ଉପଜିଲାପାଳଙ୍କୁ ଅବଗତ କରାଇଥିଲେ। ଉପଜିଲାପାଳ ଶ୍ରୀ ସ୍ୱାଇଁ ଛାତ୍ରଛାତ୍ରୀମାନଙ୍କ ପାଠପଢ଼ା, ଦାୟୀତ୍ୱ ଓ ବିଦ୍ୟାଳୟର ପରିଚାଳନାଗତ ତୃଟିର ସୁଧାର ଆଣିବା ପାଇଁ ଆବଶ୍ୟକ ପଦକ୍ଷେପ ନେବେ ବୋଲି କହିଥିଲେ। ପରିଚାଳନା କମିଟିର ଉପସଭାପତି ଶ୍ରୀମତୀ ମଲିକ, ବ୍ଲକ ଅଧ୍ୟକ୍ଷା ଶୁକି ଶବର ଓ କମିଟିର ସଭ୍ୟ ଓ ସଭ୍ୟାମାନେ ତଦନ୍ତକାରୀ ଅଧିକାରୀମାନଙ୍କୁ ପୂର୍ବତନ ସମ୍ପାଦକ ବିଭିନ୍ନ ସମୟରେ ଗଠନ କରିଥିବା କମିଟି ସେମାନଙ୍କ ଅନୁପସ୍ଥିତିରେ ତାଙ୍କୁ ବୈଠକକୁ ନ ଡ଼ାକି କମିଟି ଗଠନ କରିଥିବା କହିଥିଲେ। କମିଟିର କିଛି ସଦସ୍ୟ ଉପଜିଲାପାଳ, ଡିଏସ୍ଏସ୍ଓ ଏବଂ ଡିସିପିଓଙ୍କୁ ପୂର୍ବତନ ସମ୍ପାଦକଙ୍କ କଳାକାରନାମା ବିଷୟରେ କହିବା ସହିତ କମିଟିର ବିନା ସୁପାରିସରେ ମନଇଚ୍ଛା କର୍ମୀ ନିଯୁକ୍ତି କରିବା କହିଥିଲେ। ଏହି ସମସ୍ୟାର ସମାଧାନର ପନ୍ଥା ବାହାର କରିବା ପାଇଁ ଅନୁଷ୍ଠାନର ଦରକାରୀ ନଥିପତ୍ରର ନକଲ ନେବା ସହ ଉପସ୍ଥିତ ସମସ୍ତ କମିଟିବୃନ୍ଦ, କର୍ମଚାରୀ ଓ ଉପସ୍ଥିତ ଲୋକଙ୍କ ସ୍ୱାକ୍ଷର ନେଇ ଯଥାଶୀଘ୍ର ଜିଲାପାଳଙ୍କୁ ଜଣାଇ ଏହି ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ। ପ୍ରକାଶ ଥାଉକି, ମୋହନା, କଣ୍ଟେଇକୋଳି, ଭାଲିଆପଦା ଆଦି ଗ୍ରାମର ଗ୍ରାମବାସୀ ଓ ବୁଦ୍ଧିଜିବୀଙ୍କ ଉପସ୍ଥିତିରେ ଏବଂ ଉପସଭାପତି ସୁଷମା ମଳିକଙ୍କ ସଭାପତିତ୍ୱରେ ବିଦ୍ୟାଳୟର ନୀତି ନିୟମ ପ୍ରକାରେ ନୂତନ ପରିଚାଳନା କମିଟି ଡ଼ିସେମ୍ବର ୫ ତାରିଖରେ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା। କିନ୍ତୁ କିଛି ଅସାଧୁ ବ୍ୟକ୍ତି ନୀତି ନିୟମ ନ ଜାଣି ବିଦ୍ୟାଳୟକୁ , କମିଟିର ସଦସ୍ୟଙ୍କୁ ଓ କର୍ମୀଙ୍କୁ ବଦ୍‍ନାମ୍‍ କରିବା ପାଇଁ କୁଟ ଚକ୍ରାନ୍ତ ଚଲାଉଥିବା କମିଟି ସଦସ୍ୟମାନେ ଅଧିକାରୀମାନଙ୍କ ନିକଟରେ ଅଭିଯୋଗ କରିଥିଲେ। ଶେଷରେ ବିଦ୍ୟାଳୟର ନୂତନ ପରିଚାଳନା କମିଟିର ସମ୍ପାଦକ ଓକିଲ ସିମାଞ୍ଚଳ କାର୍ଯୀ ସମସ୍ତ କାର୍ଯ୍ୟ ପରିଚାଳନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply