ଗୋବିନ୍ଦପୁର ପଞ୍ଚାୟତରେ ଆଇନ ସଚେତନତା ଶିବିର

0

ମୋହନା : ସ୍ଥାନୀୟ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତର ବିଚାରପତି ତଥା ତାଲୁକା ସେବା ଆଇନ କମିଟି ଅଧ୍ୟକ୍ଷ ମାନସ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ମୋହନା ବ୍ଳକ ଅନ୍ତର୍ଗତ ଗୋବୁନ୍ଦପୁର ପଞ୍ଚାୟତର ରାଜୀବ ଗାନ୍ଧୀ ସେବା କେନ୍ଦ୍ରଠାରେ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ମୁଖ୍ୟ ଅତିଥିଭାବେ ଶ୍ରୀ ପଣ୍ଡା ଉପସ୍ଥିତ ଥିବା ବେଳେ ମୋହନା ଓକିଲ ସଂଘ ସଭାପତି ରବିନ୍ଦ୍ର ନାୟକ, ସରକାରୀ ଓକିଲ ବୈଦ୍ୟନାଥ ସିଂ, ଓକିଲ ଦୁର୍ଯ୍ୟୋଧନ କରଡା, ବରିଷ୍ଠ ଓକିଲ ସିମାଞ୍ଚଳ କାର୍ଯୀ, ଗୋବିନ୍ଦପୁର ପଞ୍ଚାୟତ ସରପଞ୍ଚ ଲାବଣ୍ୟ ମଲ୍ଲିକ, କୋର୍ଟ କର୍ମଚାରୀ ଓ ପୁଲିସ କର୍ମଚାରୀ ଯୋଗ ଦେଇଥିଲେ। ବିଚାରପତି ଶ୍ରୀପଣ୍ଡା ଓ ଓକିଲ ବନ୍ଧୁମାନେ ଉପସ୍ଥିତ ସାଧାରଣ ଜନତାଙ୍କୁ ମାଗଣାରେ ଆଇନ ସେବା, ପୋକ୍ସ ଆଇନ, ବାଲ୍ୟ ବିବାହ, ଶିଶୁ ଶ୍ରମିକ ନିରୋଧ ଓ ନିରାକରଣ ଆଇନ, ମହିଳାଙ୍କୁ ଘରେ ନିର୍ଯ୍ୟାତନାରୁ ମୁକ୍ତି ଆଇନ, ମନରେଗା ଆଇନ ବଳରେ ଲୋକେ କିଭଳି ସମସ୍ତ ସୁବିଧା ସୁଯୋଗ ପାଇପାରିବେ ସେ ସମ୍ପର୍କରେ ବୁଝାଇଥିଲେ। ଏହି ଶିବିରରେ ବହୁ ସଂଖ୍ୟାରେ ମହିଳା ଓ ପୁରୁଷ ଉପସ୍ଥିତ ଥିଲେ।

Leave A Reply