ଗଞ୍ଜେଇ ଜବତ, ଜଣେ ଗିରଫ

0

ମୋହନା : ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ ବିରିକୋଟ ନିକଟରୁ ଅଡବା ପୁଲିସ ୨୩ କେଜି ଗଞ୍ଜେଇ ଜବତ କରିବା ସହ ରା.ଉଦୟଗିରି ଥାନା ତବାର ସାହି ଗ୍ରାମର ଥମାସ ମଣ୍ଡଳ ନାମକ ଜଣେ ଚୋରା ବେପାରୀକୁ ଗିରଫ କରିଥିବା ଜଣାପଡିଛି। ଅଡବା ଥାନା ଅଧିକାରୀ ଅଜୟ କୁମାର ବାରିକଙ୍କ ସୂଚନା ଅନୁସାରେ, ବିରିକୋଟ ଅଞ୍ଚଳରେ ରାତ୍ର କାଳୀନ ପେଟ୍ରୋଲିଂ ଚାଲିଥିବା ବେଳେ ରାସ୍ତା କଡରେ ଥମାସ ୨ଟି ବ୍ୟାଗ ଧରି ବ୍ରହ୍ମପୁର ଯିବା ପାଇଁ ବସକୁ ଅପେକ୍ଷା କରିଥିଲା। ପୁଲିସ ତାକୁ ଦେଖି ସନ୍ଦେହରେ ବ୍ୟାଗ ଗୁଡିକୁ ଯାଞ୍ଚ କରିବା ସମୟରେ ସେଥିରୁ ୨୩ କେଜି ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଜଣାପଡିଥିଲା। ଅଡବା ଥାନାରେ ଏକ ମାମଲା ରୁଜୁ ହୋଇ ଥମାସକୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଶ୍ରୀ ବାରିକ କହିଛନ୍ତି। ନୂତନ ଆରକ୍ଷୀ ଅଧିକ୍ଷକ ସାରା ଶର୍ମାଙ୍କ ଦାୟିତ୍ୱ ଗ୍ରହଣ କରିବା ପରେ ଅଡବା ଓ ମୋହନା ଥାନା ପକ୍ଷରୁ ପେଟ୍ରୋଲିଂକୁ କଡା କଡି ଭାବେ ପାଳନ କରାଯାଉଥିବା ବେଳେ ଅଳ୍ପ ଦିନ ମଧ୍ୟରେ ବହୁ ଗଞ୍ଜେଇ ଚୋରା ବେପାରୀଙ୍କୁ ପୁଲିସ କାବୁ କରି ଜେଲ ପଠାଇଥିବା ଜଣାପଡିଛି।

Leave A Reply