ମୋହନା ବ୍ଲକ୍‍ର ବିଭିନ୍ନ ସ୍ଥାନରୁ ହଟାଗଲା ହୋଡ଼ିଂ

0

ମୋହନା : ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପରେ ଗଜପତି ଜିଲ୍ଲା ମୋହନା ବ୍ଲକ୍‍ର ବିଭିନ୍ନ ସ୍ଥାନରେ ଲଗାଯାଇଥିବା ହୋଡ଼ିଂ ଗୁଡ଼ିକ ହଟାଯାଇଛି। ଅତିରିକ୍ତ ଜିଲ୍ଲାପାଳ ସୁଧାଦେବୀ ସିଂଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ମୋହନା ସମେତ ଚାନ୍ଦିପୁଟ, ଚନ୍ଦ୍ରଗିରି, ଅଡ଼ବା ଆଦି ସ୍ଥାନ ଓ ରାସ୍ତା ପାର୍ଶ୍ବରେ ସରକାରଙ୍କ ତରଫରୁ ଲାଗିଥିବା ବିଭିନ୍ନ ଜନହିତକର ବିଜ୍ଞାପନ ଓ ହୋଡ଼ିଂ ଗୁଡ଼ିକୁ କଡ଼ାଯାଇଥିଲା। ଆଗମୀ ଦିନରେ କିଭଳି ନିର୍ବାଚନକୁ ନେଇ ଲୋକଙ୍କ ମଧ୍ୟରେ କୌଣସି ବିଶୃଙ୍ଖଳା ବା ଆପତି ନ ହେବ ସେଥିପାଇଁ ହୋଡ଼ିଂ ଗୁଡ଼ିକ ହଟାଯାଇଥିବା ବେଳେ ଆଗାମୀ ନିର୍ବାଚନରେ ବିଭିନ୍ନ ହୋଡ଼ିଂ ମାଧ୍ୟମରେ ନିର୍ବାଚନ କମିଶନଙ୍କୁ ତାର ଖର୍ଚ୍ଚ ଦେଖାଇବା ପାଇଁ ବିଭିନ୍ନ ରାଜନୈତିକ ଦଳମାନେ ପ୍ରୟାସ କରିବେ, ତେଣୁ ସରକାରଙ୍କ ତରଫରୁ ହୋଡ଼ିଂ ମାଧ୍ୟମରେ ଲାଗିଥିବା ବିଭନ୍ନ ବିଜ୍ଞାପନ ଗୁଡ଼ିକୁ ଉଠାଇ ଦିଆଯାଇଛି। ରାଜନୀତିରେ ନୂଆ ନୂଆ ନେତାମାନଙ୍କ ପ୍ରଚାର ଓ ପ୍ରସାରର ହିସାବ ନିର୍ବାଚନ କମିଶନକୁ ଦେବାକୁ ପଡ଼ିଥାଏ। ତେଣୁ ସବୁ ହୋଡ଼ିଂ ଗୁଡ଼ିକୁ ଉଠାଇ ଦିଆଯାଇଛି। ଏଥିରେ ବିଦ୍ୟୁତ୍‍ କର୍ମଚାରୀ, ବ୍ଲକ୍‍ କର୍ମଚାରୀଙ୍କ ସମେତ ପୁଲିସ୍‍ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ।

Leave A Reply