ସରପଞ୍ଚଙ୍କ ନାମରେ ସହାୟତା ରାଶି ହଡପ ଅଭିଯୋଗ

0

ମୋହନା: ପ୍ରାକୃତିକ ବିପର୍ୟ୍ୟୟରେ କ୍ଷତିଗ୍ରସ୍ତ ମହିଳାଙ୍କ ସହାୟତା ରାଶି ସରପଞ୍ଚ ହଡପ କରିଥିବା ଅଭିଯୋଗ ହୋଇଛି । ତିତିଲିରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ଗଜପତି ଜିଲ୍ଲାର ମୋହନାରୁ ଏହି ଅଭିଯୋଗଟି ଆସିଛି । ମୋହନା ବ୍ଲକ ଅନ୍ତର୍ଗତ ବାଲିପଦର ଗ୍ରାମର ଜଣେ ମହିଳା ସ୍ଥାନୀୟ ମାଣ୍ଡିମେରା ସରପଞ୍ଚଙ୍କ ନାମରେ ଏହି ସାଂଘାତିକ ଅଭିଯୋଗ ଆଣିଛନ୍ତି ।  ମହିଳାଙ୍କ ଅଭିଯୋଗ ଅନୁଯାୟୀ, ତିତିଲି କ୍ଷୟକ୍ଷତି ପାଇଁ ତାଙ୍କୁ ୨୦ ହଜାର ଟଙ୍କା ମିଳିଥିଲା । କିନ୍ତୁ ତହସିଲଦାରଙ୍କୁ ଦେବାକୁ କହି ସ୍ଥାନୀୟ ସରପଞ୍ଚ ସଂପୃକ୍ତ ମହିଳାଙ୍କ ଠାରୁ ସେହି ଟଙ୍କା ହଡପ କରିନେଇଛନ୍ତି । ଏହାକୁ ନେଇ ମହିଳା ଜଣଙ୍କ ଅସନ୍ତୋଷ ପ୍ରକାଶ କରିଛନ୍ତି ।

Leave A Reply