ହିଲଟପ କଲେଜରେ ଜାତୀୟ ସେବା ଯୋଜନା ଦିବସ ପାଳିତ

0

ମୋହନା : ସ୍ଥାନୀୟ ହିଲଟପ କଲେଜର ଯୁକ୍ତ ୨ ଓ ଯୁକ୍ତ ୩ର ଜାତୀୟ ସେବା ଯୋଜନାର ମିଳିତ ଆନୁକୁଲ୍ୟରେ ଜାତୀୟ ସେବା ଯୋଜନା ଦିବସ ପାଳିତ ହୋଇଯାଇଛି। ଯୁକ୍ତ ୩ ଅଧ୍ୟାପକ ଜଗନ୍ନାଥ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ବରିଷ୍ଠ ଅଧ୍ୟାପକ ଭଗବାନ ବିଷୋୟୀ, ମୁଖ୍ୟ ବକ୍ତା ଯୁକ୍ତ ଭାବେ୨ ଜାତୀୟ ସେବା ଯୋଜନା ଅଧିକାରୀ ଅଧ୍ୟାପକ ଅନ୍ତର୍ଯାମୀ ଗୌଡ, ଯୁକ୍ତ ୩ ଜାତୀୟ ସେବା ଯୋଜନା ଅଧିକାରୀ ଅଧ୍ୟାପକ ସନ୍ତୋଷ କୁମାର ନନ୍ଦ, ଅଧିକାରିଣୀ ଅଧ୍ୟାପିକା ରୀତା କୁମାରୀ ଶତପଥି, ସ୍ୱୟଂପ୍ରଭା ସାହୁ, ଅଶ୍ମିତା ସ୍ୱାଇଁ, ଶ୍ୟାମ ସୁନ୍ଦର ସୁକବିନ୍ଦର ସିଂ, ମନୋରଞ୍ଜନ ପାଣିଗ୍ରାହୀ, ପ୍ରଣବ ପାଟଯୋଶୀ ଆଦି କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ ଉପସ୍ଥିତ ଥିଲେ। ମୁଖ୍ୟ ଅତିଥି ଓ ମୁଖ୍ୟ ବକ୍ତା ନିଜ ବକ୍ତବ୍ୟରେ ସେବା ହିଁ ପରମ ଧର୍ମ, ସେବା କରିବାର ମନୋବଳ ଦୃଢ କରିବା ସହିତ ସେବାର ଲକ୍ଷ୍ୟ, ଉଦେଶ୍ୟ ଓ ପରୋପକାରୀତା ସହ ଅଞ୍ଚଳର ସ୍ୱଚ୍ଛତା ବଜାୟ ରଖିବା, ନାରୀ ଶିକ୍ଷା, କୁସଂସ୍କାର, ବୃକ୍ଷ ରୋପଣ, ନିଶା ନିବାରଣ ଓ ସୁସ୍ଥ ସମାଜ ଗଠନ ସମ୍ପର୍କରେ ଉପସ୍ଥିତ ପ୍ରାୟ ୧୫୦ରୁ ଊର୍ଦ୍ଧ୍ବ ଜାତୀୟ ସେବା ଯୋଜନାର ଛାତ୍ରଛାତ୍ରୀମାନଙ୍କୁ ବୁଝାଇଥିଲେ ଶେଷରେ ଅଧ୍ୟାପକ ଶ୍ରୀ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply