ତେଲ ଦର ବୃଦ୍ଧିରେ ମୋହନାରେ ବିଜେଡିର ବିକ୍ଷୋଭ

0

ମୋହନା : ପେଟ୍ରୋଲ ଓ ଡିଜେଲର ଆକାଶ ଛୁଅାଁ ଦର ବୃଦ୍ଧି ପ୍ରତିବାଦରେ ଗଜପତି ଜିଲ୍ଲା ମୋହନା ପେଟ୍ରୋଲ ଟାଙ୍କି ସମ୍ମୁଖରେ ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବିଜୁ ଯୁବ, ଛାତ୍ର ଓ ମହିଳା ଦଳ ପକ୍ଷରୁ ଆୟୋଜିତ ଏହି ବିକ୍ଷୋଭରେ ସ୍ଥାନୀୟ ନେତା କେନ୍ଦ୍ର ସରକାର ତୁରନ୍ତ ତୈଳ ଦର କମାଇବା ପାଇଁ ଦାବି କରିଛନ୍ତି। ଏହି ବିକ୍ଷୋଭ ପ୍ରଦର୍ଶନରେ ମୋହନା ବିଧାୟିକା ବାସନ୍ତି ମଲ୍ଲିକ, ଗଜପତି ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ଗମାଙ୍ଗ, ବ୍ଲକ ଅଧ୍ୟକ୍ଷା ସୁଖୀ ଶବର, ଜିଲ୍ଲା ବିଜେଡି ଉପସଭାପତି ଦଣ୍ଡାସି ସାହୁ, ବ୍ଲକ ବିଜେଡି ସଭାପତି ରଂଜୀବ ଶବର, ବରିଷ୍ଠ ନେତା ରାମ ଦଳବେହେରା, ଶିବ ଶଙ୍କର ସାହୁ, ଓକିଲ ରାଜେନ୍ଦ୍ର ନାୟକ, ବିପ୍ରବଳିଆର ସିଂ, ସୋମନାଥ ବଳିଆର ସିଂ, ଯୁବ ନେତା ଫିରୋଜ ପଟ୍ଟନାୟକ, ବିଳାସ ନାୟକ, , ରାମକୃଷ୍ଣ ସାହୁ, ବିଭୁଚରଣ ମଳିକ ଓ ଦେବାନନ୍ଦ ନାୟକ ପ୍ରମ୍ମୁଖ ଯୋଗ ଦେଇଥିଲେ।

Leave A Reply