ମୋହନାରେ ଆନ୍ତଃମହାବିଦ୍ୟାଳୟ ଭଲିବଲ ଟୁର୍ଣ୍ଣାମେଣ୍ଟ

0

ମୋହନା :  ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ଗଜପତି ଜିଲା ମୋହନା ହିଲଟପ କଲେଜରେ ୪୯ ତମ ଆନ୍ତଃମହାବିଦ୍ୟାଳୟ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି। କଲେଜର ବରିଷ୍ଠ ଅଧ୍ୟାପକ ଭଗବାନ ବିଷୋୟୀଙ୍କ ସଭାପିତ୍ୱରେ ଅନୁଷ୍ଠିତ ଏହି ଟୁର୍ଣ୍ଣାମେଣ୍ଟରେ ମୁଖ୍ୟ ଅତିଥିଭାବେ ଗ୍ରାମ ପଞ୍ଚାୟତର ସଂପ୍ରସାରଣ ଅଧିକାରୀ ନରସିଂହ ମାଣ୍ଡାଙ୍ଗି, ମୁଖ୍ୟବକ୍ତା ଭାବେ ବ୍ରହ୍ମପୁର ବିଶ୍ୱବିଦ୍ୟାଲୟର ସହକାରୀ ସମ୍ପାଦକ ରାଜେଶ ମହାନ୍ତି, ସମ୍ମାନିତ ଅତିଥି ଭାବେ ବରିଷ୍ଠ ବିଜେଡି ନେତା ଦଣ୍ଡାସି ସାହୁ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କ୍ରୀଡା ଅଧିକାରୀ ରବିଚନ୍ଦ୍ର ମିଶ୍ର, ଶିକ୍ଷାବିତ୍‍ ମଧୁସୂଦନ ପାଢୀ, ଓଡିଶା କ୍ରୀଡା ଶିକ୍ଷକ ସଂଘର ସଭାପତି ସଚ୍ଚିଦାନନ୍ଦ ଦାସ ଯୋଗ ଦେଇଥିଲେ। ୩ ଦିନ ଧରି ଆୟୋଜିତ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ଜେ ଜେ କଲେଜ ରାଇକିଆ, ହିଲଟପ କଲେଜ ମୋହନା୍‍, ଏସକେସିଜି କଲେଜ ପାରଳାଖେମୁଣ୍ଡି, ଆର ଏନ କଲେଜ ଡୁରା, ଶିମିଳିଗୁଡା କଲେଜ, ବି ଆର ବିଜ୍ଞାନ କଲେଜ ପାଟ୍ଟପୁର, ସିଟି କଲେଜ ବ୍ରହ୍ମପୁର, ଦିଶା କଲେଜ ବ୍ରହ୍ମପୁର, ଆର ସି ଏମ କଲେଜ ଖଲିକୋଟ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପିଜି ବିଭାଗ, ରାୟଗଡା କଲେଜ ଓ ପିପୁଲ୍‌ସ କଲେଜ ବୁଗୁଡା ଆଦି ୧୨ଟି କଲେଜର ଭଲିବଲ ଟିମ୍‍ ଅଂଶ ଗ୍ରହଣ କରିଥିଲେ। ଉଦଘାଟନୀ ଦିବସରେ ମୋହନା-ପାରଳାଖେମୁଣ୍ଡି, ଦିଶା କଲେଜ ବ୍ରହ୍ମପୁର-ଆର ସି ଏମ କଲେଜ ଖଲିକୋଟ, ଡୁରା କଲେଜ -ଶିମିଳିଗୁଡା କଲେଜ ଓ ରାୟଗଡା କଲେଜ -ପିଜି ବିଭାଗ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଏଥିରେ ପାରଳାଖେମୁଣ୍ଡି, ରାୟଗଡା, ଆର ସି ଏମ ଖଲିକୋଟ ଓ ଶିମିଳିଗୁଡା କଲେଜ ବିଜୟୀ ହୋଇଥିଲେ। ରେଫରି ଭାବେ ରମେଶ ଚନ୍ଦ୍ର ଗୈାଡ, ମାଧବ ଖୁଂଟିଆ ମ୍ୟାଚ ପରିଚାଳନା କରିଥିଲେ। ହିଲଟପ କଲେଜର କ୍ରୀଡା ଶିକ୍ଷକ ମୀନ କେତନ ମିଶ୍ର, ଅଧ୍ୟାପକ ସନ୍ତୋଷ କୁମାର ନନ୍ଦ, ସୁଖବିନ୍ଦର ସିଂ ପ୍ରମୁଖଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

Leave A Reply