ମୁଁ  ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ବିବାହ କରିଛି , ସେ ମୋ ପାଇଁ ଭଗବାନ ରାମଙ୍କ ସଦୃଶ: ଯଶୋଦାବେନ୍‌

0

ଅହମ୍ମଦାବାଦ: ମୁଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ବିବାହ କରିଛି । ସେ ମୋ ପାଇଁ ଭଗବାନ୍‌ ରାମଙ୍କ ସଦୃଶ ବୋଲି  ଯଶୋଦାବେନ୍‌ କହିଛନ୍ତି । ବିବାହର କିଛିଦିନ ପରେ ସେମାନେ ଅଲଗା ରହୁଛନ୍ତି । ମଧ୍ୟପ୍ରଦେଶର ରାଜ୍ୟପାଳ ଆନନ୍ଦିବେନ୍‌ ପଟେଲ୍‌ କିଛଦିନ ତଳେ ପ୍ରଧାନମନ୍ତ୍ରୀ ଅବିବାହିତ ବୋଲି କହିଥିଲେ । ବିଭିନ୍ନ ଗଣମାଧ୍ୟମରେ ଏ ବିଷୟରେ ଖବର ପ୍ରକାଶିତ ହୋଇଥିଲା ।

ଏହାର ପ୍ରତିକ୍ରିୟାରେ ବୁଧବାରରେ ଯଶୋଦାବେନ୍‌, “ମୋଦୀ ବିବାହ କରିଛନ୍ତି । ସେ ମୋ ପାଇଁ ରାମଙ୍କପରି ବୋଲି କହିଛନ୍ତି” ।୨୦୧୪ ମସିହାରେ ଲୋକସଭା ପାଇଁ ନାମାଙ୍କନ ପତ୍ର ଦାଖଲ କରିବା ସମୟରେ ବିବାହିତ ବୋଲି ଦର୍ଶାଇଥିବା ସେ ପ୍ରକାଶ କରିଛନ୍ତି । ମଧ୍ୟପ୍ରଦେଶର ରାଜ୍ୟପାଳ ମୋଦୀ ଅବିବାହିତ ବୋଲି ଦେଇଥିବା ପ୍ରତିକ୍ରିୟାକୁ ନେଇ ଯଶୋଦାବେନ୍‌ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି ।

ଯଶୋଦାବେନ୍‌ ଏବେ ନିଜ ଭାଇଙ୍କ ସହ ଗୁଜୁରାଟରର ଉତ୍ତରେ  ଥିବା ଉନ୍‌ଝାରେ ରହୁଛନ୍ତି ।

Leave A Reply