‘ଜରୁରୀ ପରିସ୍ଥିତିରେ ଗଣତନ୍ତ୍ରର ରକ୍ଷା କରିବାରେ ସବୁଠୁ ଆଗରେ ଥିଲେ ଜେଟଲୀ’

ନୂଆଦିଲ୍ଲୀ: ବିଜେପିର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରର ପ୍ରଥମ କାର୍ଯ୍ୟକାଳରେ ଅର୍ଥମନ୍ତ୍ରୀ ଥିବା ଅରୁଣ ଜେଟ୍‌ଲୀଙ୍କର ଶନିବାର ମଧ୍ୟାହ୍ନରେ ପରଲୋକ ଘଟିଛି। ତେବେ ଜେଟଲୀଙ୍କ ଜୀବନ ଯେତିକି ରୋଚକ ଭରା ସେତିକି ସଂଘର୍ଷପୂର୍ଣ୍ଣ ମଧ୍ୟ। ଜେଟଲୀ ହେଉଛନ୍ତି ସେହି ବ୍ୟକ୍ତି, ଯିଏକି ୧୯୭୫ ଜରୁରିକାଳୀନ ପରିସ୍ଥିତିରେ ଗଣତନ୍ତ୍ରର ରକ୍ଷା କରିବା ଲାଗି ସବୁଠାରୁ ଆଗରେ ରହିଥିଲେ। ଆଜି ତାଙ୍କ ବିୟୋକରେ ସମକାଳୀନ ନେତାମାନଙ୍କ ମଧ୍ୟରେ ଗଭୀର ଶୋକ ପ୍ରକାଶ ପାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ନିଜେ ଏକଥା ଟ୍ବିଟ୍‌ କରି ଜଣାଇଛନ୍ତି। ମୋଦୀ କହିଛନ୍ତି, ସେ ତାଙ୍କର ଜଣେ ସବୁଠାରୁ ମୂଲ୍ୟବାନ୍‌ ବନ୍ଧୁଙ୍କୁ ହରାଇଲେ। ବିଜେପି ଏବଂ ଅରୁଣ ଜେଟଲୀଙ୍କ ମଧ୍ୟରେ ଅତୁଟ ସମ୍ପର୍କ ରହିଥିଲା। ଜଣେ ଉଗ୍ର ଛାତ୍ରନେତା ଭାବେ ସେ ଜରୁରିକାଳୀନ ପରିସ୍ଥିତି ସମୟରେ ଆମ ଲୋକତନ୍ତ୍ରର ରକ୍ଷା କରିବାରେ ସବୁଠାରୁ ଆଗରେ ରହିଥିଲେ। ଆମ ଦଳରେ ସବୁଠାରୁ ଅଧିକ ପସନ୍ଦଯୋଗ୍ୟ ବ୍ୟକ୍ତି ଥିଲେ ଜେଟଲୀ।

Comments are closed.