ମୋଦୀ ବିଜ୍ଞାପନରେ ୩୦୪୪ କୋଟି ଖର୍ଚ୍ଚ କରିଛନ୍ତି: ମାୟାବତୀ

0

ଉତ୍ତର ପ୍ରଦେଶ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରକଳ୍ପ ଶିଳାନ୍ୟାସରେ ସବୁବେଳେ ବ୍ୟସ୍ତ ରହୁଛନ୍ତି ଏବଂ ବିଜ୍ଞାପନରେ ୩୦୪୪ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ବୋଲି ସମାଜବାଦୀ ପାର୍ଟି ସୁପ୍ରିମୋ ମାୟାବତୀ ଟ୍ବିଟ କରି ଅଭିଯୋଗ କରିଛନ୍ତି। ଜନସାଧାରଣଙ୍କର ଏହି ଅର୍ଥ ଉତ୍ତର ପ୍ରଦେଶ ଭଳି ପଛୁଆ ରାଜ୍ୟରେ ଗରିବ ପିଲାଙ୍କୁ ଶିକ୍ଷା ଏବଂ ସ୍ବାସ୍ଥ୍ୟସେବା ପ୍ରଦାନରେ ଖର୍ଚ୍ଚ କରିପାରିଥାନ୍ତେ। କିନ୍ତୁ ମୋଦୀଙ୍କ ପାଇଁ ବିଜେପିର ପ୍ରଚାର ଗୁରୁତ୍ଵପୂର୍ଣ୍ଣ। କିନ୍ତୁ ଲୋକଙ୍କ ସ୍ବାର୍ଥ ଗୁରୁତ୍ଵପୂର୍ଣ୍ଣ ନୁହେଁ ବୋଲି ମାୟାବତୀ ଟ୍ବିଟ୍‌ କରିଛନ୍ତି।

ମାୟାବଦୀ ଆହୁରି କହିଛନ୍ତି, ବିଜେପି ଏବଂ ମୋଦୀ ସରକାର ନିଜର ବିଫଳତା ଲୁଚାଇବା ସହ ଗରିବୀ ଓ ବେରୋଜଗାର ପ୍ରସଙ୍ଗରୁ ଜନସାଧାରଣଙ୍କ ନଜର ହଟାଇବା ଲାଗି ଏଭଳି ପ୍ରୟାସ କରୁଛନ୍ତି। ଲୋକେ ସତର୍କ ରହିବା ଉଚିତ ବୋଲି ସେ ଉଲ୍ଲେଖ କରିଛନ୍ତି।

Leave A Reply