‘ହାଓ ଇଜ୍ ଦି ଜୋଶ୍’ : ମୋଦୀ

0

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦକ୍ଷୀଣ ମୁମ୍ବଇ ସ୍ଥିତ ଭାରତୀୟ ସିନେମା ଜାତୀୟ ସଂଗ୍ରହାଳୟ(ଏନଏମଆଇସି)ର ଉଦଘାଟନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟକୁ ଭଲଭାବେ ବୁଲି ଦେଖିଥିଲେ। ଉଦଘାଟନ ସମାରୋହରେ ସୂଚନା ପ୍ରସାରଣ ମନ୍ତ୍ରୀ ରାଜ୍ୟ ବର୍ଦ୍ଧନ ସିଂହ ରାଠୋର, ସିବିଏଫସି ଅଧ୍ୟକ୍ଷ ପ୍ରଶନ୍ନ ଯୋଶୀ, ପ୍ରସିଦ୍ଧ କଣ୍ଠଶିଲ୍ପି ଆଶା ଭୋସଲେ, ପ୍ରଖ୍ୟାତ ସଂଗିତ ନିର୍ଦେଶକ ଏଆର ରେହମାନ୍, ପ୍ରଖ୍ୟାତ ଅଭିନେତା ଜିତେନ୍ଦ୍ର, ରଣବୀର କପୁର, ଅମୀର ଖାନଙ୍କ ଭଳି କଳାକାର ମାନେ ଉପସ୍ଥିତ ଥିଲେ। ଏହି ଅବସରରେ ସେ କଳାକାର ମାନଙ୍କୁ କହିଥିଲେ ‘ହାଓ ଇଜ୍ ଦି ଜୋସ୍’? ଏହା ନିକଟରେ ମୁକ୍ତିଲାଭ କରିଥିବା ‘ଉରୀ ଦି ସର୍ଜିକାଲ ଷ୍ଟ୍ରାଇକ୍’ର ଏକ ଡାଇଲଗ୍।

courtesy-aajtak

ଖବର ଅନୁସାରେ, ଶ୍ୟାମ ବେନଗଲଙ୍କ ଅଦ୍ଧକ୍ଷତାରେ ସଂଗ୍ରହାଳୟ ସମିତିର ମାର୍ଗଦର୍ଶକରେ ପ୍ରାୟ ୧୪୦.୬୧କୋଟି ଟଙ୍କା ମୂଲ୍ୟରେ ଏହି ସଂଗ୍ରହାଳୟ ନିର୍ମାଣ ହୋଇଛି। ଏହା ନିର୍ମାଣ ହେବାପାଇଁ ୪ବର୍ଷ ସମୟ ଳାଗିଥିଲା।

Leave A Reply