ଜି-୨୦ ଶିଖର ଦୁଇଟି ତ୍ରିପାକ୍ଷିକ ବୈଠକରେ ଭାଗ ନେବେ ମୋଦୀ

ନୂଆଦିଲ୍ଲୀ . – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାପାନର ଓସାକାରେ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀରେ ଯୋଗଦେବେ । ଏହି ଅବସରରରେ ସେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଆଲୋଚନା କରିବେ । ଫ୍ରାନ୍ସର ରାଷ୍ଟ୍ରପତି ଏମେନୁଏଲ୍‌ ମେକ୍ରୋଙ୍କ ସହ ମୋଦୀଙ୍କର ଅଲଗା ବୈଠକ ଅନୁଷ୍ଟିତ ହେବାର ଅଛି ।
୨୮-୨୯ ଜୁନ୍‌ରେ ୧୪ତମ ଜି-୨୦ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବ ।

ଏହି ଶିଖର ବୈଠକ ଅବସରରେ ମୋଦୀ ଋଷ୍‌-ଚୀନ୍‌ ଭାରତ ଓ ଜାପାନ୍‌-ଆମେରିକା ଭାରତ ତ୍ରିପାକ୍ଷିକ ବୈଠକରେ ଅଂଶଗ୍ରହଣ କରିବେ । ଏହାସହ ବ୍ରିକ୍ସ ଦେଶର ନେତାମାନଙ୍କ ସହ ତାଙ୍କର ବୈଠକ ଅନୁଷ୍ଠିତ ହେବାର ଅଛି । ଏହି ଶିଖର ସମ୍ମିଳନୀ ଅବସରରେ ମୋଦୀ ପ୍ରାୟ ୧୦ଟି ଦ୍ୱିପାକ୍ଷିକ ବୈଠକରେ ଅଂଶଗ୍ରହଣ କରିବାର ଅଛି । ମୋଦୀ ଜାପାନର ପ୍ରଧାନମନ୍ତ୍ରୀ ଶିଂଜୋ ଓ ତୁର୍କୀର ରାଷ୍ଟ୍ରପତି ରଜବ ତୈୟବଙ୍କ ସହ ଭାରତର ସମ୍ପର୍କ ଆହୁରି ଦୃଢ କରିବା ପାଇଁ ଆଲୋଚନା କରିବାର ଅଛି ।

Comments are closed.