କୁର୍ତ୍ତା ପରେ ଏବେ ମୋଦୀ ଗାମୁଛା

0

ନୂଆଦିଲ୍ଲୀ:ଫେସନର ନାମ ନେଲେ ସର୍ବପ୍ରଥମେ ବଲିଉଡ଼ ଅଭିନେତା ଅଥବା ଅଭିନେତ୍ରୀଙ୍କ କଥା ମନେ ପଡ଼ିଥାଏ। ତେବେ ୨୦୧୪ ନିର୍ବାଚନରେ ଷ୍ଟାର ପ୍ରଚାରକ ଦାୟିତ୍ୱ ତୁଲାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଷ୍ଟାଇଲ ମଧ୍ୟ ଆଜିର ଦିନରେ ସିନେ ଅଭିନେତାଙ୍କ ସମତୂଲ୍ୟ ଟ୍ରେଣ୍ଡ ହେଉଛି। ଏହାର ଜ୍ୱଳନ୍ତ ଉଦାହରଣ ମୋଦୀ କୁର୍ତ୍ତା ଓ ଜ୍ୟାକେଟର ଲୋକପ୍ରିୟତାକୁ ନିଆଯାଇ ପାରେ। ମୋଦୀଙ୍କ କୁର୍ତ୍ତାକୁ ନେଇ ଚର୍ଚ୍ଚା କେବଳ ଫ୍ୟାସନ ଦୁନୀଆରେ କାହିଁକି ରାଜନୀତିରେ ଆରୋପ ପ୍ରତ୍ୟାରୋପ ମଧ୍ୟ ହୋଇଥିଲା। ପିଏମ ମୋଦୀଙ୍କ ଡ୍ରେସିଂ ସେନ୍ସ ସର୍ବଦା ଚର୍ଚ୍ଚାରେ ରୁହେ। ଏଥିପାଇଁ ମୋଦୀ କୁର୍ତ୍ତା ପରେ ଏବେ ମୋଦୀ ଗାମୁଛା ବଜାରରେ ବେଶ୍‍ ଟ୍ରେଣ୍ଡ ହେବାରେ ଲାଗିଛି। କିଛି ଦିନ ଧରି ମୋଦୀଙ୍କ ଗାମୁଛା ପିନ୍ଧା ଫଟୋ ଭାଇରାଲ ହେବା ପରେ ଏବେ ଗାମୁଛା ସହ ଫଟୋ ନୂଆ ଷ୍ଟାଇଲ ଆଇକନରେ ପରିଣତ ହେଉଥିବା ଦୃଶ୍ୟମାନ ହେଉଛି। କିଛି ଦିନ ପୂର୍ବେ ଏକ କଳା ରଙ୍ଗର ଟ୍ରାକ ସୁଟ୍‍ ଉପରେ ଏକ ଗାମୁଛା ପିନ୍ଧି ମୋଦୀ ବ୍ୟାୟାମ କରୁଥିବା ଭିଡ଼ିଓ ଭାଇରାଲ ହୋଇଥିଲା। ୪ର୍ଥ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସରେ ମୋଦୀ ଗାମୁଛା ପିନ୍ଧି ଯୋଗ କରିବାର ଫଟୋ ମଧ୍ୟ ବେଶ୍‍ ଚର୍ଚ୍ଚିତ ହୋଇଥିଲା। ମୋଦୀଙ୍କ ଫିଟ୍‍ନେଚ ଚ୍ୟାଲେଞ୍ଜ ଭିଡିଓ ହେଉ କିମ୍ବା ଯୋଗ କରିବାର ଫଟୋ, ଫଳରେ ଗାମୁଛାକୁ ବେଶ୍‍ ମାଇଲେଜ ମିଳି ଯାଇଛି କହିଲେ ଭୁଲ ହେବ ନାହିଁଁ।

ଗାମୁଛା ଏତେ ମାତ୍ରାରେ ଟ୍ରେଣ୍ଡ ହୋଇଯାଇଛି ଯେ, ଜାରା, ଫେବ ଇଣ୍ଡିଆ ପରି କମ୍ପାନୀ ସେମାନଙ୍କ ପରିଧାନ ସାମଗ୍ରୀକୁ ଗାମୁଛା ପ୍ରିଣ୍ଟରେ ନିର୍ମାଣ କରିବା ଆରମ୍ଭ କରିଛନ୍ତି। ଡିଜାଇନର ରାଜେଶ ପ୍ରତାପ ସିଂହ ୨୦୦୯ରେ ସ୍ପ୍ରିଂ କଲେକସନରେ ଗାମୁଛା ଜ୍ୟାକେଟକୁ ଲଣ୍ଡନର ଭିକ୍ଟୋରିଆ ଆଣ୍ଡ ଅଲବର୍ଟ ମ୍ୟୁଜିୟମରେ ରଖାଯାଇଛି। କାନ୍ସ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିବାଲର ରେଡ଼ କାର୍ପେଟରେ ଅନୁରାଗ କାସ୍ୟପ ସମେତ”ଗେଙ୍ଗ୍‍ସ ଅଫ ବାସୀପୁର’ ସିନେମାର ସମସ୍ତ ଅଭିନେତା ଅଭିନେତ୍ରୀ ଗାମୁଛା ପିନ୍ଧି କ୍ୟାମେରା ସମ୍ମୁଖରେ ଆସିଥିଲେ।

Leave A Reply