ମାର୍ଚ୍ଚ ୨୯ ଓ ଏପ୍ରିଲ ୧ରେ ଓଡ଼ିଶା ଆସିବେ ମୋଦୀ

0

ଭୁବନେଶ୍ୱର : ସାଧାରଣ ନିର୍ବାଚନକୁ ନଜର ରଖି ସମସ୍ତ ରାଜନୈତିକ ଦଳ ନିଜର ରଣନୀତି ପ୍ରସ୍ତୁତ କରୁଛନ୍ତି। ଏହିକ୍ରମରେ ପ୍ରଧାନମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟିର ଷ୍ଟାର ପ୍ରଚାରକ ନରେନ୍ଦ୍ର ମୋଦୀ ମାର୍ଚ୍ଚ ୨୯ ଏବଂ ଏପ୍ରିଲ ୧ ତାରିଖରେ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ମାର୍ଚ୍ଚ ୨୯ ତାରିଖରେ ଜୟପୁର ଏବଂ ଏପ୍ରିଲ ୧ ତାରିଖରେ କଳାହାଣ୍ଡିରେ ଜନସାଧାରଣକୁ ସମ୍ବୋଧିତ କରିବେ। ଏହା ପୂର୍ବରୁ ବିଜେପିର ୬ କେନ୍ଦ୍ରୀୟ ନେତା ଓଡ଼ିଶାରେ ପ୍ରଚାର କରିବେ। ଏମାନଙ୍କ ମଧ୍ୟରେ ରାଧାମୋହନ ସିଂହ, ଶିବରାଜ ସିଂହ ଚୌହାନ, ଆପକେ ସିଂହ, ସଂଜୟ ପାଶୱାନ, ରାମବିଚାର ନେତମ, ଜୟନ୍ତ ସିହ୍ନା ଆଦି ରହିଛନ୍ତି।

Leave A Reply