www.samajalive.in
Sunday, December 7, 2025
23.1 C
Bhubaneswar

ଦକ୍ଷିଣ କୋରିଆରେ ମୋଦୀଙ୍କୁ ସିଓଲ ଶାନ୍ତି ପୁରସ୍କାର ପ୍ରଦାନ; କହିଲେ ଏହା ସାରା ଭାରତର ସମ୍ମାନ

ସିଓଲ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦକ୍ଷିଣ କୋରିଆ ଗସ୍ତରେ ଯାଇଛନ୍ତି। ଏହି ଅବସରରେ ଶୁକ୍ରବାର ତାଙ୍କୁ ଦକ୍ଷିଣ କୋରିଆ ପକ୍ଷରୁ ୨୦୧୮ ମସିହା ପାଇଁ ସିଓଲ ଶାନ୍ତି ପୁରସ୍କର ପ୍ରଦାନ କରାଯାଇଛି। ଏ ନେଇ ଆୟୋଜିତ ଏକ ଭବ୍ୟ ସମ୍ବର୍ଦ୍ଧନା ଉତ୍ସବରେ ମୋଦୀଙ୍କୁ ଏହି ସମ୍ମାନଜନକ ଚତୁର୍ଦଶ ସିଓଲ ଶାନ୍ତି ପୁରସ୍କାର ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ମୋଦୀ ପୁରସ୍କାର ଗ୍ରହଣ କରି କହିଥିଲେ, ଏହି ସମ୍ମାନ ସାରା ଭାରତର ସମ୍ମାନ। ଏହା ‘ବସୁଧୈବ କୁଟୁମ୍ବକମ’ର ପରିଚୟ। ଭାରତ ଏବଂ ଦକ୍ଷିଣ କୋରିଆର ସମ୍ପର୍କ ମଜଭୁତ ହୋଇଛି।

ସୂଚନାଯୋଗ୍ୟ, ଦକ୍ଷିଣ କୋରିଆ ପକ୍ଷରୁ ମୋଦୀଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବା ନେଇ ପୂର୍ବରୁ ଘୋଷଣା କରାଯାଇଥିଲା। ମୋଦୀ ଗତ ଗୁରୁବାରଠାରୁ ୨ଦିନିଆ ଦକ୍ଷିଣକୋରିଆ ଗସ୍ତରେ ଯାଇଛନ୍ତି। ଏହି ଅବସରରେ ମୋଦୀ ସିଓଲସ୍ଥିତ ୟୋନସେଇ ବିଶ୍ଵବିଦ୍ୟାଳୟରେ ମହାତ୍ମା ଗାନ୍ଧୀଙ୍କ ଏକ ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି।

Hot this week

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

Related Articles

Popular Categories