ପିଏମଓରେ ଅଧିକାରୀଙ୍କୁ ମୋଦୀଙ୍କ ଉଦବୋଧନ; କହିଲେ ମୋ ଚିନ୍ତାଧାରା ଆପଣଙ୍କୁ ପ୍ରଭାବୀ ନୁହେଁ, ଦକ୍ଷ କରିବା

ନୂଆଦିଲ୍ଲୀ: ସପ୍ତଦଶ ଲୋକସଭା ପାଇଁ ହୋଇଥିବା ନିର୍ବାଚନରେ ମତଦାତାମାନେ ନରେନ୍ଦ୍ର ମୋଦୀଙ୍କ ହାତରେ ଦେଶର ଶାସନ ଭାର ଦେଇଛନ୍ତି। ନିର୍ବାଚନରେ ବିଜେପି ୩୦୨ଟି ଆସନରେ ବିଜୟୀ ହୋଇଥିବାବେଳେ ବିଜେପି ନେତୃତ୍ଵାଧୀନ ଏନଡିଏ ୩୫୦ ଆସନ ହାସଲ କରିଛି। ଏବେ ଦେଶର ନଜର ଶପଥଗ୍ରହଣଠାରୁ ଆରମ୍ଭ କରି ମୋଦୀଙ୍କ ୨ୟ କ୍ୟାବିନେଟ ଗଠନ ଉପରେ ରହିଛି। ତେବେ ଏହା ପୂର୍ବରୁ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ(ପିଏମଓ)ର ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ଶନିବାର ଉଦବୋଧନ ଦେଇଛନ୍ତି।

ଏହି ଅବସରରେ ମୋଦୀ କହିଥିଲେ ଯେ, ମୋର ଚିନ୍ତାଧାରା ପିଏମଓକୁ ପ୍ରଭାବୀ କରିବା ନୁହେଁ, ବରଂ ଦକ୍ଷ କରିବା। ପ୍ରଭାବୀ କରିବା ଦ୍ବାରା ଏହା ହୁଏ ଯେ, ଆମେ ନିଜର ଦାୟିତ୍ଵ ଅନ୍ୟମାନଙ୍କ ଉପରେ ଛାଡ଼ି ଦେଇଥାଉ। କିଛି କାମ ଥିଲେ ଜଣେ ବ୍ୟକ୍ତି ଅନ୍ୟକୁ କହିବ ଏଇଟା କରିଦିଅ। ୨ୟ ବ୍ୟକ୍ତି ୩ୟ ବ୍ୟକ୍ତିଙ୍କୁ କହିବ ଭାଇ ଏଇଟା ଜରୁରୀ କାମ, କରିଦିଅ। କିନ୍ତୁ ଦକ୍ଷତାର ଲାଭ ହେଉଛି, ଯେକୌଣସି କାମ ପ୍ରଥମ ବ୍ୟକ୍ତି ପାଖରେ ହିଁ ପୂରା ହୋଇଯାଇଥାଏ। ଏହା ହେଉଛି ଦକ୍ଷ ହେବାର ଫାଇଦା। ମୁଁ ମୋ ଭିତରେ ଥିବା ଛାତ୍ରର ଗୁଣକୁ କେବେ ମରିବାକୁ ଦେବିନାହିଁ। ଏହାକୁ ସର୍ବଦା ଜୀବିତ ରଖିବି। ଏଥିରୁ ମୋତେ ଆପଣମାନଙ୍କଠାରୁ ବହୁତ କିଛି ଶିଖିବାକୁ ମିଳିବ। ମୁଁ ସବୁବେଳେ ଲୋକଙ୍କଠାରୁ କିଛି ନା କିଛି ଶିଖିଆସିଛି। ଆଗକୁ ବି ଶିଖୁଥିବି ବୋଲି ମୋଦୀ ଉଦବୋଧନ ଦେବା ଅବସରରେ ଅଧିକାରୀ ଏବଂ କର୍ମଚାରୀମାନଙ୍କୁ କହିଥିଲେ।

ଏହା ସହିତ ମୋଦୀ ନିର୍ବାଚନରେ ସଫଳତା ପାଇଁ ପିଏମଓ କର୍ମଚାରୀଙ୍କୁ ପ୍ରଶଂସା କରିଥିଲେ। ସଫଳତାର ଶ୍ରେୟ କର୍ମଚାରୀଙ୍କୁ ଦେବି ବୋଲି ମୋଦୀ କହିଥିଲେ।

Comments are closed.