କେଦାରନାଥରେ ମୋଦୀ, ବନି ଗୁମ୍ପାରେ କରିବେ ଧ୍ୟାନ

ଉତ୍ତରାଖଣ୍ଡ : ଶନିବାର କେଦାରନାଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ପହଞ୍ଚିଛନ୍ତି। ସେଠାରେ ସେ କେଦାରନାଥଙ୍କୁ ଦର୍ଶନ କରିବା ସହ ବିଶେଷ ପୂଜାର୍ଚ୍ଚନା କରିବାର କାର୍ଯ୍ୟକ୍ରମ ରହିଛି। ଏହାସହ ପ୍ରଧାନମନ୍ତ୍ରୀ ରୁଦ୍ରାଭିଷେକ ମଧ୍ୟ କରିବେ ବୋଲି ଜଣାପଡ଼ିଛି। କେଦାରନାଥଙ୍କୁ ଦର୍ଶନ କରିବା ପରେ ବନି ଗୁମ୍ଫାରେ ସେ ଧ୍ୟାନ କରିବେ। ସୂଚନା ଯୋଗ୍ୟ, ମୋଦୀ ଡ଼େରାଡ଼ୁନ ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରୁ କେଦାରନାଥ ଯାଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନଜରରେ ରଖି ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

Comments are closed.