ଓଡିଶା ଗସ୍ତ ପୂର୍ବରୁ ଓଡିଆରେ ଟ୍ବିଟ୍ କଲେ ମୋଦୀ

ଭୁବନେଶ୍ବର : ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡିଶା ଗସ୍ତରେ ଆସୁଛନ୍ତି। ସେ କଳାହାଣ୍ଡି ଜିଲା ଭବାନୀପାଟଣାରେ ଏକ ବିଜୟ ସଂକଳ୍ପ ସମାବେଶରେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ମୋଦୀ ଓଡିଶା ଗସ୍ତ ପୂର୍ବରୁ ପୁଣି ଥରେ ଓଡିଆରେ ଟ୍ବିଟ୍ କରିଛନ୍ତି। ସେ ଟ୍ବିଟରେ ଲେଖିଛନ୍ତି ଯେ, ‘ଓଡିଶାରେ ଏମିତି କିଛି ବିଶେଷତା ଅଛି, ଯାହା ମୋତେ ବାରମ୍ବାର ଏହି ରାଜ୍ୟକୁ ଟାଣି ଆଣୁଛି। ଆଜି କଳାହାଣ୍ଡି ଜିଲାରେ ଏକ ପ୍ରଚାର ସଭାରେ ଯୋଗ ଦେଇ ଉଦବୋଧନ ଦେବାର କାର୍ଯ୍ୟକ୍ରମ ଅଛି।’

Comments are closed.