୧୬ ନୁହେଁ ୧୫ରେ ବଲାଙ୍ଗୀର ଆସିବେ ମୋଦୀ

0

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବଲାଙ୍ଗୀର ଗସ୍ତ କାର୍ଯ୍ୟକ୍ରମରେ ସାମାନ୍ୟ ପରିବର୍ତ୍ତନ ହୋଇଛି । ଜାନୁୟାରୀ ୧୬ ତାରିଖ ପରିବର୍ତ୍ତେ ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ୧୫ ତାରିଖରେ ପ୍ରଧାନମନ୍ତ୍ରୀ ମୋଦୀ ଓଡିଶା ଗସ୍ତରେ ଆସିବେ । ଏନେଇ ବିଜେପି ବିଧାୟକ ଦଳର ନେତା କନକ ବର୍ଦ୍ଧନ ସିଂହଦେଓ ସୂଚନା ଦେଇଛନ୍ତି । ମୋଦୀଙ୍କ କାର୍ଯ୍ୟକ୍ରମରେ କାହିଁକି ପରିବର୍ତ୍ତନ କରାଯାଇଛି ତାହା ସ୍ପଷ୍ଟ ହୋଇନାହିଁ । ଏହି ଦିନ ପ୍ରଧାନମନ୍ତ୍ରୀ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବା ସହିତ ଦଳୀୟ ସମାବେଶରେ ଯୋଗ ଦେବେ ବୋଲି କେ.ଭି ସିଂହଦେଓ ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ, ୨୦୧୮ ଡିସେମ୍ବର ୨୪ ତାରିଖରେ ମୋଦି ଖୋର୍ଦ୍ଧା ଅରୁଗୁଳ ଗସ୍ତରେ ଆସିଥିଲେ । ପରେ ମୋଦି ଜାନୁଆରୀ ୫ ତାରିଖରେ ବାରିପଦା ଆସିଥିଲେ ।

Leave A Reply