ପ୍ରଭୁ ଗଣେଶଙ୍କ ନିକଟରେ ୧୨୬ କିଲୋର ମୋଦକ

0

ଦଙ୍ଗଡୁ ସେଠ୍ ହଲବାଈ ମନ୍ଦିରକୁ ୧୨୬ ବର୍ଷ ପୂରଣ ହୋଇଛି। ସମଗ୍ର ଭାରତ ମଧ୍ୟରେ ପୁନେ ଠାରେ ଅନୁଷ୍ଠିତ ଗଣେଶ ଉତ୍ସବର ଏକ ଭିନ୍ନ ପରିଚୟ ରହିଛି। ପୁନେରେ ଭକ୍ତମାନେ ପ୍ରତିବର୍ଷ ପ୍ରଭୁ ଗଣେଶଙ୍କ ନିକଟରେ ଭିନ୍ନ ଭିନ୍ନ ପ୍ରକାରର ପ୍ରସାଦ ଚଢାଇଥାନ୍ତି। ଚଳିତ ବର୍ଷ ମଧ୍ୟ ପ୍ରଭୁ ଗଣେଶଙ୍କ ନିକଟରେ ୧୨୬ କିଲୋ ଓଜନର ମୋଦକ ପ୍ରସାଦ ରୂପେ ଚଢା ଯାଇଛି।୧୨୬ କିଲୋର ଏହି ମୋଦକକୁ ଜଣେ ଭକ୍ତ ଦଙ୍ଗଡୁ ସେଠ୍ ହଲବାଈ ମନ୍ଦିରରେ ଗଣେଶ ପୂଜା ଅବସରରେ ପ୍ରସାଦ ରୂପେ ଦେଇଥିଲେ। ସେହି ମୋଦକଟି ପେସ୍ତା, ଖୁଆ, କାଜୁ ଓ ବାଦାମରେ ପ୍ରସ୍ତୁତ କରାଯାଇଛି। ମୋଦକ ପ୍ରସ୍ତୁତ କରିବା ପାଇଁ ୪ ଘଣ୍ଟାରୁ ଅଧିକ ସମୟ ଲାଗିଥିଲା। ଏଥିପାଇଁ ପ୍ରାୟ ୬୫,୦୦୦ଟଙ୍କା ଖର୍ଚ୍ଚ ହୋଇଛି। ମୋଦକଟିକୁ ମିଠା ବ୍ୟବସାୟୀ କାକାଙ୍କ ଦ୍ବାରା ତିଆରି କରାଯାଇଥିଲା। ମୋଦକଟିରେ ସିଲଭର ଫଏଲର ପ୍ରଲେପ ମଧ୍ୟ ଦିଆଯାଇଛି।

Leave A Reply