ମୋବାଇଲ ବିସ୍ଫୋରଣରେ ୫ ଗୁରୁତର

0

ଗଞ୍ଜାମ: ମୋବାଇଲ ଫାଟି ୪ ଜଣ ଶିଶୁ ଗୁରୁତର ହୋଇଛନ୍ତି । ଏଭଳି ଏକ ଅଭାନୀୟ ଘଟଣା ଗଞ୍ଜାମ ଜିଲ୍ଲା ଲୁଙ୍ଗୁରି ଗାଁରେ ଘଟିଛି । ମୋବାଇଲରେ ଏକ ଏଲ୍‌ଇଡି ଲାଇଟ ଲଗାଇବାକୁ ଚେଷ୍ଟା କରୁଥିବା ବେଳେ ଏହି ବିସ୍ପୋରଣ ଘଟିଥିବା ସୂଚନା ମିଳିଛି । ଗୁରୁତର ଅବସ୍ଥାରେ ଶିଶୁମାନଙ୍କୁ ଉଦ୍ଧାର କରାଯାଇ ବ୍ରହ୍ମପୁର ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।

ସେହିପରି ନୂଆପଡା ଥାନା କାଲିମାଟି ଗାଁରେ ମୋବାଇଲ ଚାର୍ଜ ହେଉଥିବା ସମୟରେ ବିସ୍ଫୋରଣ ଘଟି ନିଆଁ ଜଳିଥିଲା । ଏଥିରେ ଜଣେ ଛାତ୍ର ଗୁରୁତର ହୋଇଛନ୍ତି । ଚିକିତ୍ସା ପାଇଁ ତାଙ୍କୁ ନୂଆପଡା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

Leave A Reply