୨ ମୋବାଇଲ ଲୁଟେରା ଗିରଫ : ୧୧ ମୋବାଇଲ ଓ ୨ ବାଇକ ଜବତ

ଭୁବନେଶ୍ବର : ରାସ୍ତାଘାଟରୁ ଲୋକଙ୍କଠାରୁ ମୋବାଇଲ ଛଡାଇ ନେଉଥିବା ୨ଲୁଟେରାଙ୍କୁ ଶୁକ୍ରବାର ପୁଲିସ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି। ଖୋର୍ଦ୍ଧା-ଭୁବନେଶ୍ବର ରାସ୍ତାର ଗଙ୍ଗପଡାରୁ ପୁଲିସ ଏହି ୨ଜଣଙ୍କୁ ଧରିଥିଲା।

ଗିରଫ ଲୁଟେରା ୨ ଜଣ ହେଉଛନ୍ତି ବରମୁଣ୍ଡାର ଜିତେନ୍ଦ୍ର ସାହୁ ଓରଫ ଜିତୁ(୨୨) ଏବଂ ବିକାଶ ରାୟ ଓରଫ ବାପୁନି (୨୩)। ସେମାନଙ୍କଠାରୁ ୧୧ଟି ଚୋରା ମୋବାଇଲ ଓ ୨ଟି ବାଇକ ଜବତ ହୋଇଛି। ଜଟଣୀ ଥାନାରେ ଥିବା ମାମଲା ଅନୁସାରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।

Comments are closed.