ଫୋନ ବାଜିବା ସମୟ ଧାର୍ଯ୍ୟକଲା ଟ୍ରାଇ : ମୋବାଇଲ ୩୦, ଲ୍ୟାଣ୍ଡ୍‌ଲାଇନ୍‌ ୬୦ ସେକେଣ୍ଡ୍‌

ନୂଆଦିଲ୍ଲୀ : ଜଣଙ୍କର ​ମୋବାଇଲ ଫୋନ୍‌ ଏବଂ ଲ୍ୟାଣ୍ଡ୍‌ ଲାଇନ୍‌ ଫୋନ୍‌ କେତେ ସମୟ ବାଜିବ ବା ରିଙ୍ଗ୍‌ ହେବ ସେ ସମୟ ଭାରତୀୟ ଟେଲିକମ୍‌ ନିୟାମକ କତ୍ତୃପକ୍ଷ (ଟ୍ରାଇ) ଧାର୍ଯ୍ୟ କରିଛି।
ଟ୍ରାଇ ପକ୍ଷରୁ ଧାର୍ଯ୍ୟ ନିୟମାନୁଯାୟୀ, ଏଣିକି ମୋବାଇଲ ଫୋନ୍‌କୁ କଲ୍ କଲେ ତାହା ୩୦ ସେକେଣ୍ଡ ପାଇଁ ଏବଂ ଲ୍ୟାଣ୍ଡ ଲାଇନ ଫୋନ୍‌କୁ କଲ୍ କଲେ ତାହା ୯୦ ସେକେଣ୍ଡ ପାଇଁ ରିଙ୍ଗ୍ ହେବ। ସୂଚନା‌େ​‌ଯାଗ୍ୟ ଏ ଯାଏ ଭାରତରେ ଦେଶ ମଧ୍ୟରେ କଲ୍‌ ରିଙ୍ଗ୍‌ ନେଇ କୌଣସି ସମୟସୀମା ଧାର୍ଯ୍ୟ କରାଯାଇ ନ ଥିଲାା ଟେଲିକମ୍‌ ଅପରେଟରମାନେ ପ୍ରତିପକ୍ଷ ନେଟୱର୍କର ଅପରେଟରଙ୍କଠାରୁ ପାଲଟା କଲ୍‌ ରିସିଭ୍‌ କରିବା ପାଇଁ ଏହି ଫୋନ୍‌ ରିଙ୍ଗ୍‌ ହେବା ସମୟକୁ କମାଇଦେଇଥାନ୍ତି।
ମୋବାଇଲ୍ କିମ୍ୱା ଲ୍ୟାଣ୍ଡ୍ ଲାଇନକୁ ଫୋନ୍ କଲେ ଯଦି କେହି କଲ୍ ଗ୍ରହଣ ନ କରନ୍ତି ତା’ହେଲେ କେତେ ସମୟ ପାଇଁ ଫୋନ୍‌ ରିଙ୍ଗ୍ ହେବ ସେ ନେଇ ନିୟମ ତିଆରି କରିଛି ଟେଲିକମ୍ ଅଥରଟି ଅଫ୍ ଇଣ୍ଡିଆ (ଟ୍ରାଇ)। ପ୍ରଥମ ଥର ପାଇଁ ଟ୍ରାଇ ଏଭଳି ପଦକ୍ଷେପ ନେଇଛି। ଏହି ନିୟମ ସମସ୍ତ ଟେଲିକମ କମ୍ପାନୀଙ୍କ ପାଇଁ ବାଧ୍ୟତାମୂଳକ କରିଛି ଟ୍ରାଇ। ଟେଲିକମ କମ୍ପାନୀମାନେ ପୂର୍ବରୁ ରିଙ୍ଗ ଅବଧି ମନ ଇଚ୍ଛା ରଖିଥିଲେ। ଯାହାକୁ ନେଇ ବିଭିନ୍ନ ଟେଲିକମ ଅପରେଟର ଟ୍ରାଇ ପାଖରେ ଭିନ୍ନ ଭିନ୍ନ ମତ ଉପସ୍ଥାପନ କରିଥିଲେ। ଏହାପରେ ସରକାରଙ୍କ ଦୂରସଞ୍ଚାର ବିଭାଗ ଅଧୀନରେ ଥିବା ଟ୍ରାଇ ଏଭଳି ନିୟମ ତିଆରି କରିବାକୁ ବାଧ୍ୟ ହୋଇଛି। ନଭେମ୍ୱର ପହିଲାରୁ ଏହି ନିୟମ ଲାଗୁ ହୋଇଛି। ଟ୍ରାଇର ଏଭଳି ପଦକ୍ଷେପକୁ କେବଳ ଜିଓ ବିରୋଧ କରିଛି। କମ୍ପାନୀ କହିଛି ଭୋଡାଫୋନ୍-ଆଇଡିଆ ଏବଂ ଏୟାରଟେଲ ଭଳି କମ୍ପାନୀ ଲ୍ୟାଣ୍ଡ ଲାଇନ ନମ୍ୱରକୁ ମୋବାଇଲ ନମ୍ୱର ଭାବରେ ବିକ୍ରି କରୁଛନ୍ତି। ତେଣୁ ସେହି ନମ୍ୱରକୁ କଲ୍‌ କଲେ ୯୦ ସେକେଣ୍ଡ ପାଇଁ ରିଙ୍ଗ ହେବ। ଏହା ଆଇନ ବିରୋଧୀ। ତେବେ ଏୟାରଟେଲ, ଭୋଡାଫୋନ ଜିଓର ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଇଣ୍ଟର କ​ନେକ୍ଟ ୟୁସେଜ୍‌ (ଆଇୟୁସି) ଚାର୍ଜ ଲାଗୁ କରିଥିବାରୁ ଏଭଳି ନିୟମକୁ ଜିଓ ବିରୋଧ କରୁଛି ବୋଲି ସେମାନେ କହିଥିଲେ।
ସୂଚନାଯୋଗ୍ୟ, ରିଙ୍ଗ ଟାଇମର ଅବଧି କମ୍‌ ହେଲେ ଯଦି ଅନ୍ୟ ଟେଲିକମ ନେଟୱର୍କରୁ କଲ୍‌ ବ୍ୟାକ୍‌ ହୁଏ ତାହେଲେ କଲ୍ ରିସିଭ କରୁଥିବା ଟେଲିକମ ନେଟୱର୍କ ରୋଜଗାର କରିବାକୁ ସକ୍ଷମ ହୋଇଥାଏ।

Comments are closed.