ମିଜୋରାମ୍‌ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ଜୋରାମଥାଙ୍ଗା

0

ଶିଲଂ . –  ଜୋରାମ୍‌ଥାଙ୍ଗା ମିଜେରାମର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ରାଜଭବନରେ ରାଜ୍ୟପାଳ କେ ରାଜ ଶେଖରନ୍‌ ଜୋରାମଥାଙ୍ଗାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ । ଜୋରାମ ମିଜୋ ଭାଷାରେ ଶପଥ ଗ୍ରହଣ କରିଛନ୍ତି । ସେ ତୃତୀୟଥର ପାଇଁ ମିଜୋରାମର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ।

ଗତ ବିଧାନସଭା ନିର୍ବାଚନରେ ଜୋରାମଙ୍କର ମିଜୋରାମ ନ୍ୟାସନାଲ୍‌ ଫ୍ରଣ୍ଟ ସର୍ବାଧିକ ଆସନରେ ବିଜୟ ଲାଭ କରିଥିଲା । ସେ ରାଜ୍ୟର ଉନ୍ନତିକୁ ପ୍ରାଥମିକତା ଦେବେ ବୋଲି ଶପଥଗ୍ରହଣ କରିବା ପରେ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ସୂଚନା ଦେଇଛନ୍ତି ।

 

 

Leave A Reply