ଉଦ୍‌ଘାଟିତ ହେଲା ମିଶନ ଶକ୍ତି ମେଳା : ଋଣ ସହାୟତା ୫ ହଜାର କୋଟି ଟଙ୍କା ବୃଦ୍ଧି ପ୍ରସ୍ତାବ

ଭୁବନେଶ୍ବରରେ ଖୋଲିବ ସ୍ଥାୟୀ ଷ୍ଟଲ

ଭୁବନେଶ୍ବର : ମିଶନ ଶକ୍ତି ସ୍ବୟଂ ସହାୟକ ଗୋଷ୍ଠୀଙ୍କ ଦ୍ବାରା ପ୍ରସ୍ତୁତ ଦ୍ରବ୍ୟର ପ୍ରଚାର, ପ୍ରସାର ଓ ବିକ୍ରୟ ନିମନ୍ତେ ମିଶନ ଶକ୍ତି ନିର୍ଦେଶାଳୟ, ମହିଳା ଓ ଶିଶୁ ବିକାଶ ଓ ମିଶନ ଶକ୍ତି ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ପ୍ରଥମ ରାଜ୍ୟସ୍ତରୀୟ ମିଶନ ଶକ୍ତି ମେଳା। ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ମନ୍ତ୍ରୀ ଟୁକୁନି ସାହୁ ଏହି ମେଳାକୁ ଗୁରୁବାର ସନ୍ଧ୍ୟାରେ ଉଦଘାଟନ କରିଛନ୍ତି। ସ୍ବୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ମହିଳାଙ୍କୁ ସ୍ବାବଲମ୍ବୀ କରାଯାଇଥିଲା ବେଳେ ଆଗାମୀ ଦିନରେ ଜିଲା ସ୍ତରରେ ଏପରି ମେଳା ଆେୟାଜନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ସେହିପରି ରାଜ୍ୟସ୍ତରୀୟା ମେଳାକୁ ପ୍ରତିବର୍ଷ ଆୟୋଜନ କରାଯିବ ବୋଲି​ ସେ ଘୋ​ଘୋ​ଷଣା କରିଥିଲେ । ମିଶନ ଶକ୍ତି କମିଶନର ତଥା ନିର୍ଦେଶିକା ସୁଜାତା ଆର. କାର୍ତ୍ତିକେୟନ କହିଥିଲେ ଯେ ୩୦ଟି ଜିଲା ୨୫୦ ​ଏସଏଚଜିକୁ ନେଇ ଆେୟାଜିତ ଏହି ମେଳାର ସ୍ବାତନ୍ତ୍ର୍ୟତା ରହିଛି। ମହିଳାଙ୍କ ଦ୍ବାରା ପ୍ରସ୍ତୁତ ବିଭିନ୍ନ ସାମଗ୍ରୀ ମେଳାରେ ପ୍ରଦର୍ଶିତ ହେଇଛି। କେବଳ ଖାଦ୍ୟ ପଦାର୍ଥ ପ୍ରସ୍ତୁତି ନୁହେଁ ବରଂ ଚାଷ, ବିଦ୍ୟୁତ ମିଟିର ରିଡିଂ, ବିଲ ଆଦାୟ, ଆହାର କେନ୍ଦ୍ର ପରିଚାଳନା ଭଳି କାମ ମଧ୍ୟ ଏସଏଚଜି ଦ୍ବାରା କରାଯାଉଛି। କୋରାପୁଟ ମେଡିକାଲ କଲେଜକୁ ସ୍ବୟଂ ସହାୟିକା  ଗୋଷ୍ଠୀମାନେ ଖାଦ୍ୟ ଯୋଗାଣ କରି ଉଦାହରଣ ସୃଷ୍ଟି କରିଛନ୍ତି ବୋଲି କହିଥିଲେ। ରାଜ୍ୟରେ ବର୍ତ୍ତମାନ ୬ଲକ୍ଷ ଏସଏଚଜିରେ ୭୦ଲକ୍ଷ ସଭ୍ୟା ଅଛନ୍ତି। ଆଗାମୀ ଏସଏଚଜି ଋଣ ପରିମାଣକୁ ୩ରୁ ୫ଲକ୍ଷ ଟଙ୍କାକୁ ବୃଦ୍ଧି କରାଯିବାର ଯୋଜନା ରହିଛି। ଏହାଛଡା ଗ୍ରାମୀଣ ମହିଳାଙ୍କ ଦ୍ବାରା ପ୍ରସ୍ତୁତ ସାମଗ୍ରୀ ସହରରେ ବିେଶଷ ଚାହିଦା ରହିଥିବାରୁ ଗଣ୍ଡମୁଣ୍ଡା ନିକଟରେ ପ୍ରାୟ ୭୦ଟି ସ୍ଥାୟୀ ଷ୍ଟଲ େଖାଲାଯିବ ଏବଂ ଏହି ଷ୍ଟଲରେ ବର୍ଷତମାମ ସାମଗ୍ରୀ ବିକ୍ରି କରାଯିବ  ବୋଲି ଶ୍ରୀମତୀ କାର୍ତ୍ତିକେୟନ ସୂଚନା ଦେଇଥିଲେ।
ଅନ୍ୟତମ ଅତିଥି ଭାବେ ଯୋଗଦେଇ ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ ଯେ ପୂର୍ବରୁ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ଦ୍ବାରା ଉତ୍ପାଦିତ ସାମଗ୍ରୀ ବିକ୍ରି କରିବା ଦିଗରେ ସମସ୍ୟା ଥିଲା। ମାତ୍ର ତାହା ଏବେ ଦୂରହୋଇଛି। ଏହାଛଡା ଏସଏଚଜି ପାଇଁ ଋଣ ସହାୟତା ୫ ହଜାର କେଟି ଟଙ୍କାକୁ ବୃଦ୍ଧି କରାଯିବ ବୋଲି ସେ ସୂଚନା ଦେଇଥିଲେ। ଏତଦବ୍ୟତୀତ ଆଗାମୀ ଦିନରେ ବିଭିନ୍ନ ସହରରେ କାର୍ଯ୍ୟକାରୀ ହେବାକୁ ଥିବା ଡିକମ୍ପୋଷ୍ଟ କାର୍ଯ୍ୟକ୍ରମରେ ସ୍ବଚ୍ଛସାଥୀ ଭାବେକେବଳ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀର ସଦସ୍ୟଙ୍କୁ ସାମିଲ କରାଯିବ ବୋଲି କହିଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମିଶନ ଶକ୍ତି ଉପଦେଷ୍ଟା ଲୋପାମୁଦ୍ରା ବକ୍ସିପାତ୍ର, ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ପ୍ରମୁଖ ସଚିବ ଅନୁ ଗର୍ଗ, ସ୍ବତନ୍ତ୍ର ପ୍ରକଳ୍ପ ନିର୍ଦେଶକ ତଥା ଓରମାସ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରାଜେଶ ପ୍ରଭାକର ପାଟିଲ ପ୍ରମୁଖ ଯେଗ ଦେଇଥିଲେ। ଏହି ଅବସରରେ ଅତିଥିଙ୍କ ଦ୍ବାରା ମିଶନ ଶକ୍ତି ମେଳା ସମ୍ପର୍କିତ ସ୍ବତନ୍ତ୍ର ମୋବାଇଲ ଆପ ଉନ୍ମୋଚନ ହେଇଥିଲା।

Comments are closed.