ଅନୁକ୍ରିତି ବ୍ୟାସ୍‍ଙ୍କୁ ମିସ୍‍ ଇଣ୍ଡିଆ(ୱାର୍ଲ୍ଡ)ମୁକୁଟ

0

ମୁମ୍ବଇ: ୧୯ ବର୍ଷ ବୟସ୍କା ଅନୁକ୍ରିତି ବ୍ୟାସ୍‍ ଚଳିତ ବର୍ଷର ଫେମିନା ମିସ୍‍ ଇଣ୍ଡିଆ(ୱାର୍ଲ୍ଡ) ମୁକୁଟ ପିନ୍ଧିଛନ୍ତି। ତାମିଲ୍‍ନାଡ଼ୁ ଏହି କଲେଜ୍‍ ଛାତ୍ରୀ ଏହାପୂର୍ବରୁ ଏଫ୍‍ବିବି କଲରସ ଫେମିନା ମିସ୍‍ ତାମିଲ୍‍ନାଡ଼ୁ ଟାଇଟେଲ୍‍ ପାଇଥିଲେ। ହରିଆନାର ମୀନାକ୍ଷୀ ଚୌଧୁରୀ ଦ୍ୱିତୀୟ ଓ ଆନ୍ଧ୍ରପ୍ରଦେଶର ଶ୍ରେୟା ରାଓ ତୃତୀୟ ସ୍ଥାନରେ ରହିଛନ୍ତି। ଏ ବର୍ଣ୍ଣାଢ଼୍ୟ ଉତ୍ସବରେ ୨୦୧୭ର ମିସ୍‍ ୱାଲର୍ଡ ମାନୁଷୀ ଛିଲ୍ଲର ଅନୁକ୍ରିତିଙ୍କୁ ମୁକୁଟ ପିନ୍ଧାଇଥିଲେ। ଏହି ଉତ୍ସବରେ ବଲିଉଡ୍‍ ତାରକା ମାଧୁରୀ ଦୀକ୍ଷିତ, କରଣ ଜୋହର କରିନା କପୁର, ଜ୍ୟାକ୍‍ଲିନ୍‍ ଫର୍ଣ୍ଣାଣ୍ଡିିଜ୍‍ ମଲାଇକା ଅରୋରା, ବବି ଦେଓଲ୍‍, କୁନାଲ୍‍ କପୁର ପ୍ରମୁଖ ଉପସ୍ଥିତ ଥିଲେ। ଅନୁକ୍ରିତା ୨୦୧୮ ମିସ୍‍ ୱାର୍ଲ୍ଡ ପ୍ରତିଯୋଗିତାରେ ଭାଗ ନେବେ। ସେହିପରି ମୀନାକ୍ଷୀ ମିସ୍‍ ଗ୍ରାଣ୍ଡ ଇଣ୍ଟରନ୍ୟାଶ୍‍ନାଲ୍‍ ୨୦୧୮ ଓ ଶ୍ରେୟା ୨୦୧୮ର ମିସ୍‍ ୟୁନାଇଟେଡ୍‍ କଣ୍ଟିନେଣ୍ଟସ୍‍ରେ ଭାଗ ନେବେ।

Leave A Reply