ପୁପୁଲ ପିନ୍ଧିଲେ ଅପେରା ମିସ୍‍ ଇଣ୍ଡିଆ ମୁକୁଟ

0

ଭୁବନେଶ୍ୱର : ପୁଣି ଓଡ଼ିଆ ଝିଅଙ୍କ ଝଲକ୍‍। ସାରା ଭାରତ ବର୍ଷରେ ୭୦୦ ପ୍ରତିଯୋଗୀଙ୍କୁ ପଛରେ ପକାଇ ପୁପୁଲ ପିନ୍ଧିଲେ ଅପେରା ମିସ୍‍ ଇଣ୍ଡିଆ -୨୦୧୮ ମୁକୁଟ। ଜାତୀୟସ୍ତରରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ କେନ୍ଦୁଝରର ଓଡ଼ିଆ ଝିଅ ମୁକୁଟ ହାତେଇଛନ୍ତି। ଗୁରୁଗାଓଁର ଏକ ପଞ୍ଚତାରକା ହୋଟେଲରେ ବଲିଉଡ୍‍ ଚଳଚ୍ଚିତ୍ର ନିର୍ଦେଶକ ରାକେଶ ଉପାଧ୍ୟାୟ ପୁପୁଲଙ୍କୁ ଟ୍ରଫି, ମାନପତ୍ର ଏବଂ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ।
ଏହି ଅବସରରେ ବଲିଉଡ ଅଭିନେତ୍ରୀ ନେହା ଧୂପିଆ ମଧ୍ୟ ଉପସ୍ଥିତ ଥିଲେ। ଏହି ମୁକୁଟ ହାସଲ ପରେ ପୁପୁଲଙ୍କୁ ବଲିଉଡ ଚଳଚ୍ଚିତ୍ରରେ ଅଭିନୟ ପାଇଁ ଅଫର ମିଳିଛି। ଯେଉଁଥିରେ ସେ ନାୟିକା ଭୂମିକାରେ ଅବତୀର୍ଣ୍ଣ ହେବେ। ଖୁବ୍‍ଶୀଘ୍ର ଏହି ଚଳଚ୍ଚିତ୍ରର ସୁଟିଂ ଆରମ୍ଭ ହେବ ବୋଲି ଜଣାପଡିଛି। ଏହାସହିତ ଗୋଟିଏ ବର୍ଷ ପାଇଁ ମ୍ୟୁଜିକ୍‍ ଭିଡିଓ ଅଫର ମିଳିଥିବାବେଳେ ଅଷ୍ଟ୍ରେଲିଆ ଗସ୍ତ ପାଇଁ ମଧ୍ୟ ସୁଯୋଗ ମିଳିଛି।
ରାଜଧାନୀରେ ରହୁଥିବା ଉପସ୍ଥାପିକା ପୁପୁଲ ଅପେରା ମିସ/ମିସେସ୍‍ ଗ୍ଲୋବାଲ ୨୦୧୮ ଅଡିଶନ ଦେଇଥିଲେ। ପ୍ରଥମ ଗ୍ରାଣ୍ଡ ଫିନାଲରେ ପ୍ରବେଶ କରିବା ପରେ ଆଉ ସେ ପଛକୁ ଫେରିନଥିଲେ। ଏହି ଶୋ’ର ଫାଇନାଲରେ ପ୍ରବେଶ କରି ମୁକୁଟ ହାସଲ କରିଥିଲେ। ସେ ଓଡ଼ିଆ ଚିତ୍ର ‘କାଉଁରୀକନ୍ୟା’ରେ ଅଭିନୟ କରିଛନ୍ତି।

Leave A Reply