ଭଦ୍ରକ ଝିଅଙ୍କୁ ‘ମିସେସ କୁଇନ ୟୁନିଭର୍ସ’ ଟାଇଟଲ

ଭଦ୍ରକ : ନୂଆଦିଲ୍ଲୀରେ ଅନୁଷ୍ଠିତ ‘ମିସେସ କୁଇନ ୟୁନିଭର୍ସ-୨୦୧୯’ ପ୍ରତିଯୋଗିତାର ଟାଇଟଲ ହାସଲ କରିଛନ୍ତି ଭଦ୍ରକର ଝିଅ ଓ ଭୁବନେଶ୍ବରର ବୋହୂ ପ୍ରତିମା ପଣ୍ଡା। ସହରର ସନ୍ଥିଆ ଗ୍ରାମର ପ୍ରତିମା ହେଉଛନ୍ତି ରତିକାନ୍ତ ଅଗସ୍ତିଙ୍କ ପତ୍ନୀ। ସେ ଏବେ ଭୁବନେଶ୍ୱରରେ ରହୁଛନ୍ତି। ନୂଆଦିଲ୍ଲୀରେ ଅନୁଷ୍ଠିତ ଉକ୍ତ ପ୍ରତିଯୋଗିତା​‌େ​‌ର ଓଡ଼ିଶାରୁ ୩ଜଣ ଓ ଦେଶରୁ ମୋଟ ୪୫ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ଏମଆଇଏଚଏମ୍ ସଂସ୍ଥା ପକ୍ଷରୁ ଅନୁଷ୍ଠିତ ପ୍ରତିଯୋଗିତାରେ ଗ୍ରୁମିଂ ସେକ୍ସନ, କ୍ୟାଟ ୱାକ, ସୁଇମିଂ ୱେର, ଏକାନ୍ତ ସାକ୍ଷାତକାର, ମଞ୍ଚ ପ୍ରଦର୍ଶନ ଓ ସାଂସ୍କୃତିକ ପୋଷାକ ପରିଧାନ ଆଦି ବିଭାଗରେ ପ୍ରତିମା ସଫଳତା ହାସଲ କରିଥିଲେ। ଆୟୋଜକ ସଂସ୍ଥାର ପ୍ରତିଷ୍ଠାତା ସଭ୍ୟ ନାଜ ଯୋଶୀ, ବିଚାରକ ସଭ୍ୟ ଦିନେଶ ମୋହନ, ଓ ରୀତା ଗାଙ୍ଗୱାନୀ ପ୍ରମୁଖଙ୍କ ଉପସ୍ଥିତିରେ ପ୍ରତିମାଙ୍କୁ ଟାଇଟଲ ମୁକୁଟ ପ୍ରଦାନ କରାଯାଇଛି।

Comments are closed.