ସେବାଶ୍ରମରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ ; ଦୁଇ ଶିକ୍ଷକ ଅଟକ

0

ମାଲକାନଗିରି : ଦିନକୁ ଦିନ ସେବାଶ୍ରମରେ ରହୁଥିବା ଛାତ୍ରୀମାନଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଛାତ୍ରୀ ଅସଦାଚରଣ ମାମଲା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ମାଲକାନଗିରିର ଏକ ସେବାଶ୍ରମରେ ଜଣେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବାର ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ପୀଡିତା ଜଣକ ଜିଲାପାଳଙ୍କ ନିକଟରେ ପହଞ୍ଚିଥିଲେ। ଏହାପରେ ଜିଲାପାଳ ଏହି ଘଟଣାର ତଦନ୍ତ ଭାର ଜିଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ଦେଇଥିଲେ। ତା ପରେ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ନେଇ ସେମାନେ ମାଲକାନଗିରି ଥାନାରେ ଅଭିଯୋଗ କରିଥିଲେ। ଏହି ମାମଲାରେ ସଂପୃକ୍ତ ଥିବା ପ୍ରଧାନ ଶିକ୍ଷକ ହେଉଛନ୍ତି ପ୍ରଭାତ କିରଣ ଲାକ୍ରା ଓ ସହକାରୀ ଶିକ୍ଷକ ଅଜୟ କୁମାର ଦାସଙ୍କୁ ଥାନାରେ ଅଟକ ରଖାଯାଇ ପଚରାଉଚରା କରାଯାଉଛି।

Leave A Reply