ପୂର୍ବତନ ବିଧାୟକଙ୍କ ନାମରେ ଅସଦାଚରଣ ଅଭିଯୋଗ

0

କନ୍ଧମାଳ: ଫୁଲବାଣୀର ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁରଙ୍କ ନାମରେ ଘରେ ପଶି ମା ଓ ଝିଅଙ୍କୁ ଅସଦାଚରଣ ଅଭିଯୋଗ ହୋଇଛି। ଏହି ଘଟଣାରରେ ଯୁବତୀ ଜଣକ ଦେବେନ୍ଦ୍ର ଓ ତାଙ୍କ ଡ୍ରାଇଭର ରିଙ୍କୁ ସାହୁ ନାମରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
ସୂଚନାଯୋଗ୍ୟ ଯେ, ସୋମବାର ବିଳମ୍ବିତ ରାତିରେ ଦେବେନ୍ଦ୍ର ଓ ତାଙ୍କ ଡ୍ରାଇଭର ସଦର ଥାନା ଅନ୍ତର୍ଗତ ଗୌଡପଡାର ଜଣେ ଯୁବତୀ ଘରେ ପଶି ଅସଦାଚରଣ କରିଥିଲେ। ଯୁବତୀଙ୍କ ମାଆ ତାଙ୍କୁ ବିରୋଧ କରିବାରୁ ଦେବେନ୍ଦ୍ର ଉଭୟ ମା ଓ ଝିଅଙ୍କୁ ମାଡ ମାରିଥିଲେ। ମା ଓ ଝିଅଙ୍କୁ ଆହତ ଅବସ୍ଥାରେ ଗୁନାଗଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଏନେଇ ଯୁବତୀ ଜଣକ ସଦର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଅଭିଯୋଗ ପରେ ଘଟଣାର ତଦନ୍ତ ଆରମ୍ଭ କରିଛି। କନ୍ଧମାଳ ଏସପି ଉତ୍କଳ ଦାସ ଏ ଘଟଣାର ସତ୍ୟାସତ୍ୟ ସମ୍ପର୍କରେ ଜାଣିବା ପରେ ଅଭିଯୁକ୍ତମାନଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।

Leave A Reply