‘ହାଇ-ଟେକ୍’ ଦର୍ପଣ ! ଚେହେରା ଦେଖୁ ଦେଖୁ କହିବ ତ୍ବଚାର ପ୍ରକାର । ଦାମ୍ ଜାଣିଲେ ଆଶ୍ଚର୍ଯ୍ୟ ହେବେ

0

ଆଈ ମା’ ଗପପେଡ଼ିରେ ଏକ ଗପ ଥିଲା, ଦର୍ପଣ କହିବ ସୁନ୍ଦରୀ କିଏ? କୁହୁକ ଦର୍ପଣ ହିଁ ସେହି କାହାଣୀର ମୁଖ୍ୟ ଚରିତ୍ର ଥିଲା। ବିଶ୍ବର ସବୁଠୁ ସୁନ୍ଦରୀର ନାମ ନିମିଷକରେ ଦର୍ପଣ କହିପାରୁଥିଲା। ତେବେ କାହାଣୀର ଏଇ ଦର୍ପଣ ଆଜିର ହାଇ-ଟେକ୍ ଯୁଗରେ ସମସ୍ତଙ୍କ ନିକଟରେ ବେଶ୍ ସହଜରେ ଉପଲବ୍ଧ ହୋଇପାରୁଛି।

ଆମେରିକୀୟ ନାମକରା କମ୍ପାନୀ ପ୍ରସ୍ତୁତ କରିଛି ‘ହାଇ-ଟେକ୍ ମିରର୍’। ଏହି ଦର୍ପଣର ନାମ ‘ହାଇ-ମିରର୍’ ରଖାଯାଇଛି। ଦର୍ପଣର ବିଶେଷତ୍ବ ହେଉଛି ବିନା ମେକଅପରେ ଯେ କୌଣସି ବୟସର ମହିଳା ଏହା ସମ୍ମୁଖରେ ଛିଡ଼ା ହେବାର ୧୦ ମିନିଟ୍ ପରେ ଏହା ମହିଳାଙ୍କ ତ୍ବଚାର ପ୍ରକାର ଓ କେଉଁ ପୋଷକତତ୍ତ୍ବର ଅଭାବ ରହୁଛି, ତାହା ପ୍ରକାଶ କରିବ।

ଏପରିକି କେଉଁ ପ୍ରକାର ଖାଦ୍ୟପାନୀୟ ସେବନ କିମ୍ବା କ୍ରିମ୍ ବ୍ୟବହାର କଲେ, ତାହା ଉପଯୋଗୀ ହେବ, ସେସବୁ ମଧ୍ୟ ଦର୍ପଣ ଉଲ୍ଲେଖ କରିବ ବୋଲି କମ୍ପାନୀ ସୂତ୍ରରୁ ପ୍ରକାଶ। ନିଜ ସ୍ମାର୍ଟଫୋନ୍ ସହ ଦର୍ପଣକୁ ଯୋଗାଯୋଗ କରାଇହେବ। ଦର୍ପଣରେ ଲାଗିଥିବା ସେନସିଟିଭ କ୍ୟାମେରା ହିଁ ମହିଳାଙ୍କ ତ୍ବଚାର ସବିଶେଷ ତଥ୍ୟ ଜାଣିପାରିବ।

ସାଧାରଣ ଆକାରର ହାଇମିରର ମୂଲ୍ୟ ୧୩ହଜାର ଟଙ୍କା ଓ ବଡ଼ ଆକାରର ହାଇମିରର ମୂଲ୍ୟ ୧୭ହଜାର ଟଙ୍କା ଧାର୍ୟ୍ୟ କରାଯାଇଥିବାର ପ୍ରକାଶ। ଆମେରିକା, ଇଉରୋପ ଓ କାନାଡାରେ ବର୍ତ୍ତମାନ ଏହି ଦର୍ପଣ ବିକ୍ରି ପାଇଁ ଉପଲବ୍ଧ ହେଉଛି।

Leave A Reply