ଏପରି ଲଗାନ୍ତୁ ଗୃହରେ ଦର୍ପଣ ଦୂର ହେବ ଆର୍ଥିକ ସମସ୍ୟା

ବାସ୍ତୁଶାସ୍ତ୍ର ଅନୁଯାୟୀ ବିଭିନ୍ନ ଉପାୟ ଆପଣେଇ ଲୋକେ ନିଜ ଗୃହର ବାସ୍ତୁ ସମସ୍ୟା ଦୂର କରିଥାଆନ୍ତି। ବିଭିନ୍ନ ଉପାୟ ଦ୍ୱାରା ଘରର ଅନ୍ୟ ସମସ୍ୟା ମଧ୍ୟ ଦୂର କରିଥାଆନ୍ତି। ବାସ୍ତୁ ଶାସ୍ତ୍ରରେ ଦର୍ପଣର ବହୁ ମହତ୍ତ୍ୱ ରହିଛି। ଦର୍ପଣ ସହ ଜଡ଼ିତ ଏପରି କିଛି ତଥ୍ୟ ରହିଛି, ଯାହାକୁ ଆପଣେଇବା ଦ୍ୱାରା ଆର୍ଥିକ କ୍ଷେତ୍ରରେ ଶୁଭଫଳ ମିଳିଥାଏ….

ବିଭିନ୍ନ କ୍ଷେତ୍ରରେ ଉନ୍ନତି ଓ ଆର୍ଥିକ କ୍ଷେତ୍ରରେ ଲାଭ ପାଇଁ ବାସ୍ତୁ ଅନୁଯାୟୀ ଦର୍ପଣକୁ ଘରର ଉତ୍ତର ଓ ପୂର୍ବ କାନ୍ଥରେ ଲଗାଇବା ଉଚିତ। 

ଦର୍ପଣ ଯେତେ ହାଲକା ଓ ବଡ଼ ହେବ ଗୃହ ପାଇଁ ଏହା ସେତେ ଲାଭଦାୟକ ହୋଇଥାଏ। 

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ଦରଜା ସମ୍ମୁଖରେ ଦର୍ପଣ ଲଗାଇବା ଉଚିତ ନୁହେଁ। ମାତ୍ର ଅନ୍ୟ ଦରଜା ସମ୍ମୁଖରେ ବୃତ୍ତାକାର ଦର୍ପଣ ଲଗାଇଲେ ଘରେ ସୁଖସମୃଦ୍ଧି ବୃଦ୍ଧି ପାଇବା ସହ ଟଙ୍କା ପଇସାର ଅଭାବ ହୋଇନଥାଏ। 

Comments are closed.