ରେଳ ଲାଇନ ପାର୍ଶ୍ଵରୁ ନାବାଳିକା ଉଦ୍ଧାର ଘଟଣା; ଗଣବଳାତ୍କାର ଅଭିଯୋଗ ଆଣିଲେ ପରିବାର ଲୋକ

କଟକ: ରେଳ ଲାଇନ ପାର୍ଶ୍ଵରୁ ଗୁରୁତର ଅବସ୍ଥାରେ ନାବାଳିକା ଉଦ୍ଧାର ହେବା ଘଟଣା ନୂଆମୋଡ଼ ନେଇଛି। ନାବାଳିକାଙ୍କୁ ଗଣବଳାତ୍କାର କରାଯାଇଥିବା ତାଙ୍କର ପରିବାର ଲୋକଙ୍କ ପକ୍ଷରୁ ଅଭିଯୋଗ କରାଯାଇଛି। ଏ ସମ୍ପର୍କରେ ପରିବାର ଲୋକେ କଟକ ସଦର ଥାନାରେ ଅଭିଯୋଗ କରିଛନ୍ତି। ଏତଲାରେ ଦର୍ଶାଯାଇଛି ଯେ, ଘଟଣା ଦିନ ରାତିରେ ନାବାଳିକା ଜଣକ ଶୌଚ ପାଇଁ ବାହାରକୁ ଯାଇଥିଲେ। ସ୍ଥାନୀୟ ଅଞ୍ଚଳର ୨ ଯୁବକ ନାବାଳିକାଙ୍କୁ ଜୋରଜବରଦସ୍ତି ଉଠାଇ ନେଇଥିଲେ। ତାଙ୍କୁ ଗଣବଳାତ୍କାର କରିବା ପରେ ରେଳ ଲାଇନ ପାର୍ଶ୍ଵରେ ଫିଙ୍ଗି ଚାଲିଯାଇଥିଲେ ବୋଲି ପରିବାର ବର୍ଗ ଅଭିଯୋଗ କରିଛନ୍ତି। ଅନ୍ୟପଟେ ଗୁରୁତର ନାବାଳିକା ଏବେ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି।

Comments are closed.