ନାବାଳିକା ବଳାତ୍କାର ଅଭିଯୋଗ : ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର

ଅନୁଗୋଳ :  ଅନୁଗୋଳରେ ପୁଣି ଏକ ଲଜ୍ୟା ଜନକ ଘଟଣା ଘଟିଛି। ବସଷ୍ଟାଣ୍ଡ ପାଖରୁ ଜଣେ ୮ ବର୍ଷର ବାଳିକାକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି । ବସଷ୍ଟାଣ୍ଡ ପାଖ ଉତ୍କଳିକା ସୋ‘ରୁମ ନିକଟରେ ଥିବା ଯାଯାବର ବସ୍ତିରେ ସେ ରହୁଥିଲା । ଗତ ରାତିରେ ତା ସହ ଦୁଷ୍କର୍ମ ହୋଇଥିବା ସନ୍ଦେହ କରାଯାଉଛି । ଦୁଷ୍କର୍ମ ପରେ ହତ୍ୟା ଉଦ୍ୟମ କରି ଦୁର୍ବୃତ୍ତ ମୁମୂର୍ଷୁ ଅବସ୍ଥାରେ  ଅଳିଆଗଦାରେ ପକାଇ ପଳାଇଥିବା ଜଣାପଡିଛି । ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ନାବାଳିକା ଜଣକ ଏବେ ଡାକ୍ତର ଖାନାରେ ଭର୍ତ୍ତି ହୋଇଛି।

Comments are closed.